ନିଆରା ମଣିଷ ପ୍ରଦୀପ୍ତ; ବୁଝିପାରନ୍ତି ନିରୀହ ପଶୁଙ୍କ ପେଟ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ନିଆରା ମଣିଷ ପ୍ରଦୀପ୍ତ; ବୁଝିପାରନ୍ତି ନିରୀହ ପଶୁଙ୍କ ପେଟ କଥା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଭୋକିଲାର ଭୋକ ମେଣ୍ଟାଇବା ମହତ କାମ। ମଣିଷ ନିଜ ଭାବନାକୁ ପରିପ୍ରକାଶ କରିପାରୁଥିବା ବେଳେ ନିରୀହ ପଶୁପକ୍ଷୀ କିନ୍ତୁ  ତାହା କରିପାରି ନ ଥାନ୍ତି। ତେଣୁ ପେଟ ପୋଡ଼ି ଯାଉଥିଲେ ବି ସେମାନେ କେବଳ ଛଟପଟ ହେବା ଛଡ଼ା ଆଉ କିଛି କରିପାରି ନ ଥାନ୍ତି। ସେମାନଙ୍କ ଭାବନା ତଥା କଷ୍ଟକୁ ବୁଝି ପେଟ ପୂରା ଖାଇବା ଦେବାକୁ ପ୍ରୟାସ ଚଳାଇଛନ୍ତି ଜଗତସିଂହପୁରର ପ୍ରଦୀପ୍ତ ମିତ୍ର।

ଇଶ୍ୱରଙ୍କ ସୃଷ୍ଟିରେ ମଣିଷ  ସର୍ବଶ୍ରେଷ୍ଠ  ହୋଇଥିବା ବେଳେ ତେବେ ଆମ ସମାଜରେ ବସବାସ କରୁଥିବା କିଛି ମଣିଷ ନିଜର କାର୍ଯ୍ୟଶୈଳୀ ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାନ୍ତି । ଆଉ ଏଭଳି ଏକ ଭିନ୍ନ ମଣିଷ ହେଉଛନ୍ତି  ପ୍ରଦୀପ୍ତ ମିତ୍ର । ସାରା ଜୀବନ ଅବିବାହିତ ରହିଥିବା ପ୍ରଦୀପ୍ତ  କେତେବେଳେ ବୁଲା କୁକୁରଙ୍କ ଦୁଃଖ ବୁଝିଥାନ୍ତି ତ କେତେବେଳେ ଡାକ୍ତରଖାନା ଯାଉଥିବା ଅସହାୟ ମଣିଷଙ୍କୁ ବଢ଼ାଇଥାନ୍ତି ସହାୟତାର ହାତ।

ଗତ ମାର୍ଚ୍ଚରେ କରୋନା ସ୍ଥିତି ପରେ ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଯୋଗୁ  ଲୋକେ ଘରୁ ବାହାରଲେନି । ହୋଟେଲ ଓ ଦୋକାନ ସବୁ ବନ୍ଦ ହୋଇଗଲା। ଏପରି ସ୍ଥିତିରେ ବୁଲା କୁକୁର, ଷଣ୍ଢଙ୍କୁ ଖାଦ୍ୟ ମିଳିଲାନି । କିଛି ଦିନ ପାଇଁ ପୌର ପରିଷଦ ପକ୍ଷରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲା । ଏହି ଖାଦ୍ୟ ଯୋଗାଣ ବନ୍ଦ ହେବା ପରେ ସେହି ଦିନଠାରୁ ବୁଲା କୁକୁରଙ୍କୁ ଖାଦ୍ୟ ପରଷୁଛନ୍ତି ନିଲୁ । ନିଜେ ଖାଦ୍ୟ ରୋଷେଇ କରି ସହରର ବିଭିନ୍ନ ଗଳିରେ ବୁଲା କୁକୁରଙ୍କୁ ସେ ଖାଦ୍ୟ ପରସିଥାନ୍ତି । ବିଶେଷ କରି ବୁଲା କୁକୁରଙ୍କୁ ଖାଇବାକୁ ଦେବା ଏବଂ ସେମାନଙ୍କ ଯତ୍ନ ନେବା ତାଙ୍କର ନିତିଦିନିଆ କାର୍ଯ୍ୟ ।

ମଣିଷଙ୍କ ଭଳି ସବୁ ପଶୁପକ୍ଷୀଙ୍କର ବଞ୍ଚିବାର ଅଧିକାର ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ତାଙ୍କୁ  ଆନିମଲ ୱେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ତରଫରୁ  ସ୍ୱେଚ୍ଛାସେବୀର ପରିଚୟପତ୍ର ପ୍ରଦାନ କରାଯାଇଛି।

କରୋନା ବେଳେ ସବୁ ବନ୍ଦ ହୋଇଗଲା। ଏହାପରେ ସନ୍ଧ୍ୟାରେ ବାଲଟି ଭର୍ତ୍ତି ଧରି ବାହାରେ। ପ୍ରାୟ ୨୭୦-୨୮୦ କୁକୁର ପେଟ ପୂରା ଖାନ୍ତି। ମଣିଷ, ପଶୁ ସମମସ୍ତେ ଜୀବ।  ଖାଇବାକୁ ନ ଦେଇପାରିଲେ ସେମାନଙ୍କୁ ସ୍ନେହ ଆଦର ତ କରିପାରିବା ବୋଲି କହିଛନ୍ତି ପ୍ରଦୀପ୍ତ।  ଏବେ ସ୍ଥିତି ସୁଧୁରିବା ସହ ଦୋକାନ ବଜାର ଖୋଲିବା ପରଠୁ ରନ୍ଧା ଖାଦ୍ୟ ପରିବର୍ତ୍ତେ ବୁଲା କୁକୁରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି ପ୍ରଦୀପ୍ତ।

କେବଳ ଏତିକି ନୁହେଁ, ନିଜ ୨ ସହଯୋଗୀଙ୍କ ସହ ପ୍ରଦୀପ ପ୍ରତି ମାସ ଶେଷ ରବିବାର ଜଗତସିଂହପୁର ସହରରେ ଥିବା ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରି ସେଥିରେ ଫୁଲମାଳ ପକାଇଥାନ୍ତି।

ନିଜର ସେପରି କିଛି ରୋଜଗାର ପନ୍ଥା ନ ଥିଲେ ବି ସେବା କରିବାର ମନୋବୃତ୍ତି ଆଜି ତାଙ୍କୁ ଦେଇପାରିଛି ସ୍ୱତନ୍ତ୍ର ପରିଚୟ।

 

The post ନିଆରା ମଣିଷ ପ୍ରଦୀପ୍ତ; ବୁଝିପାରନ୍ତି ନିରୀହ ପଶୁଙ୍କ ପେଟ କଥା appeared first on Odisha Reporter.



from Odisha Reporter https://ift.tt/2LWjcAg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages