ନୂଆଦିଲ୍ଲୀ: ନରମିଲା ହ୍ୱାଟସ୍ଆପ୍। ବିରୋଧ ପରେ ଦେଲା ପଛଉଞ୍ଚା। ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ହ୍ୱାଟସ୍ଆପ୍ ଡାଟା ଆଦାନପ୍ରଦାନ ପଲିସିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ପ୍ରାଇଭେସି ପଲିସି ପ୍ଲାନକୁ ଆସନ୍ତା ୩ ମାସ ପାଇଁ ଟାଳି ଦେଇଛି ହ୍ୱାଟସ୍ଆପ୍।
ଫେବୃଆରୀ ୮ରୁ ନୂଆ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀ ଲାଗୁ କରିବାକୁ ହ୍ୱାଟସ୍ଆପ୍ ପକ୍ଷରୁ ଘୋଷାଣା କରାଯାଇଥିଲା । ଏଥିଯୋଗୁଁ ଅନେକ ୟୁଜର ହ୍ୱାଟସ୍ଆପ୍ ଛାଡି ଦେଇଥିଲେ। ଏଥିସହ ମୂଳ କଂପାନୀ ଫେସବୁକ୍ ସହ ତଥ୍ୟ ଆଦାନ ପ୍ରଦାନକୁ ନେଇ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କିଛି ଦିନ ତଳେ ହ୍ୱାଟସ୍ଆପ୍ ପକ୍ଷରୁ ଗୋପନୀୟତା ନିୟମାବଳୀକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଥମି ନଥିଲା। ଏହାପରେ ୟୁଜରଙ୍କୁ ମନେଇବା ପାଇଁ ହ୍ୱାଟସ୍ଆପ୍ ପକ୍ଷରୁ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖାଯାଇଛି।
ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ନେଇ ୟୁଜରଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟସ୍ଆପ୍ ପକ୍ଷରୁ କୁହାଯାଇଛି। ଆସନ୍ତା ଫେବୃଆରୀ ୮ ତାରିଖରେ କୌଣସି ବି ହ୍ୱାଟସ୍ଆପ୍ ଆକାଉଣ୍ଟ ସସ୍ପେଣ୍ଡ ବା ଡିଲିଟ କରିବାକୁ ପଡିବ ନାହିଁ । ହ୍ୱାଟସ୍ଆପ୍ରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରି ଅଧିକ କାମ ଚାଲିଛି। ଆସନ୍ତା ମେ’ ୧୫ରେ ନୂଆ ଅପଡେଟ୍ ଅପସନ୍ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ବୋଲି ହ୍ୱାଟସ୍ଆପ୍ କହିଛି।
ହ୍ୱାଟସ୍ଆପର ନୂଆ ପ୍ରାଇଭେସି ପଲିସିକୁ ଭାରତୀୟ କ୍ଷୁଦ୍ର ବ୍ୟବସାୟୀ ସଙ୍ଗଠନ ବିରୋଧ କରିଛି। ହ୍ୱାଟସ୍ଆପ୍ ନୂଆ ଗୋପନୀୟତା ନିୟମାବଳୀ ଅନୁଯାୟୀ ୟୁଜର୍ସଙ୍କ ସମସ୍ତ ପ୍ରକାରର ଡାଟା ବ୍ୟବହାର କରାଯିବ। ବ୍ୟକ୍ତିଗତ ତଥ୍ୟ, ଲେନଦେନ, ସମ୍ପର୍କ, ଲୋକେସନ ଏବଂ ଅନ୍ୟ ମହତ୍ୱପର୍ଣ୍ଣ ସୂଚନା ମଧ୍ୟ ହ୍ୱାଟସ୍ଆପ୍ ଏକତ୍ରିତ କରିବ । ଏହାପରେ ଏହି ସବୁ ତଥ୍ୟକୁ ହ୍ୱାଟସ୍ଆପ ଯେକୌଣସି ବି ଢ଼ଙ୍ଗରେ ବ୍ୟବହାର କରିପାରେ ବୋଲି ଭାରତୀୟ କ୍ଷୁଦ୍ର ବ୍ୟବସାୟୀ ସଙ୍ଗଠନ ଦାବି କରିଛି।
ସାରା ଦେଶରେ ପ୍ରାୟ ୪୦ କୋଟିରୁ ଅଧିକ ହ୍ୱାଟସ୍ଆପ ଏବଂ ଫେସ୍ବୁକ୍ ୟୁଜର୍ସ ଅଛନ୍ତି। ଏଭଳି ସ୍ଥିତିରେ ପ୍ରତିଟି ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ପାଖରେ ପହଞ୍ଚିବା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ସଙ୍କଟ ସୃଷ୍ଟି କରିପାରେ। ଏହା ଦେଶର ସୁରକ୍ଷା ପାଇଁ ମଧ୍ୟ ଘାତକ ସାଜିପାରେ ବୋଲି ଭାରତୀୟ କ୍ଷୁଦ୍ର ବ୍ୟବସାୟୀ ସଙ୍ଗଠନ କହିଛି।
The post ପଛଘୁଞ୍ଚା ଦେଲା ହ୍ୱାଟସ୍ଆପ୍ appeared first on Odisha Reporter.
from Odisha Reporter https://ift.tt/2LSnTLI
No comments:
Post a Comment