ମୁମ୍ବାଇ: ଗତ କିଛି ମାସ ହେବ ବିବାହ କରିଥିବା ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ସେ ନିଜେ ଖୁଲାସା କରିଛନ୍ତି । ତେବେ ପୁଣିଥରେ କାହାକୁ ବିବାହ କରିବେ ନେହା? ସେ ଆଉ କେହି ନୁହେଁ ତାଙ୍କ ସ୍ୱାମୀ ରୋହନ ପ୍ରିତଙ୍କୁ ହିଁ ପୁଣି ଥରେ ବିବାହ କରିବେ । ଇଣ୍ଡିଆନ ଆଇଡିଅଲ ସିଜିନ-୧୩ର ଜର୍ଜ ଥିବା ନେହା ନିକଟରେ ଏହି ରିଆଲିଟି ଶୋ’ରେ ହିଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।
ବିବାହ ପରଠାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଏହି ଗାୟିକା ଜଣକ । ହିନ୍ଦୁ ରୀତିନୀତିରେ ବିବାହ କରିଥିବା ନେହା ଏବେ ଖ୍ରୀଷ୍ଟଧର୍ମ ଅନୁଯାୟୀ ପୁଣି ଥରେ ବିବାହ କରିବେ ବୋଲି ମନ କରିଛନ୍ତି । ସେ ତାଙ୍କ ବିବାହରେ ଧଳା ରଙ୍ଗର ଗାଉନ ପିନ୍ଧି ପୁଣି ରୋହନଙ୍କୁ ହାତ ଧରିବେ ବୋଲି କହିଛନ୍ତି। ନେହା କହିଛନ୍ତି, ହିନ୍ଦୁ ରୀତିନୀତିରେ ସେ ବିବାହ କରିଛନ୍ତି, ଯେଉଁଠି ତାଙ୍କୁ ଲାଲ ରଙ୍ଗର ପାରମ୍ପରିକ ପୋଷକା ପିନ୍ଧିବାକୁ ପଡିଥିଲା। ଏବେ କିନ୍ତୁ ସେ ଏକ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧି ବିବାହ କରିବାକୁ ଚାହୁଁଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର ୧୪ ତାରିଖରେ ଗାୟିକା ନେହା କକ୍କଡ ହିନ୍ଦୁ ରୀତିନୀତି ଅନୁସାରେ ରୋହନ ପ୍ରିତ ସିଂଙ୍କୁ ବିବାହ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ। ହଠାତ ତାଙ୍କ ବିବାହ ଖର ଶୁଣି ଫ୍ୟାନମାନେ ମଧ୍ୟ ଚକିତ ହୋଇଯାଇଥିଲେ । ସୋଶାଲ ମିଡିଆରେ ତାଙ୍କ ବିବାହ ବେଳର ଫଟୋ ସବୁ ଜୋରଦାର ଭାଇରାଲ ମଧ୍ୟ ହୋଇଥିଲା ।
The post ପୁଣି ଥରେ ବିବାହ କରିବେ ନେହା! appeared first on Odisha Reporter.
from Odisha Reporter https://ift.tt/3o9VNd0
No comments:
Post a Comment