ମାଲକାନିଗିରି(ଜିତେନ୍ଦ୍ର ବେଉରା): କୁକୁଡ଼ାର ଛୁରା ମାଡରେ ଗୁରୁତର ହେଲେ ଯୁବକ । ଏଭଳି ଅସ୍ୱାଭାବିକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ନାମକୋଣ୍ଡାରେ। ଗୁରୁତର ଯୁବକଜଣକ ହେଲେ ସିଙ୍ଗା ମାଡକାମୀ
ଗତକାଲି ସିଙ୍ଗା ନିଜର କୁକୁଡ଼ା ଧରି ଲଢେ଼ଇ କରିବାକୁ ଯାଇଥିଲେ। କୁକୁଡ଼ା ଲଢେ଼ଇ ଦେଖିବାକୁ ବେଶ୍ ଗହଳି ମଧ୍ୟ ହୋଇଥିଲା। ମାତ୍ର ହଠାତ୍ କୁକୁଡାଟି ସିଙ୍ଗାଙ୍କ ଉପରକୁ ଡେଇଁ ପଡିଥିଲା। କୁକୁଡା ଗୋଡ଼ରେ ଲାଗିଥିବା ଛୁରା ସିଙ୍ଗାଙ୍କ ଗୋଡ଼ରେ ବାଜିଥିଲା। ଫଳରେ ତାଙ୍କ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।
ସିଙ୍ଗାଙ୍କୁ ପ୍ରଥମେ କାଳିମେଳା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଅଧିକ ରକ୍ତ ଯାଇଥିବାରୁ ଏବେବି ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।
The post କୁକୁଡ଼ା ଛୁରା ମାଡ଼ରେ ଯୁବକ ଗୁରୁତର appeared first on Odisha Reporter.
from Odisha Reporter https://ift.tt/39ozJoI
No comments:
Post a Comment