ଏଲିଟ୍ କ୍ଲବରେ ସ୍ଥାନ ପାଇଲେ ପୂଜାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଏଲିଟ୍ କ୍ଲବରେ ସ୍ଥାନ ପାଇଲେ ପୂଜାରା

ସିଡନୀ: ଭାରତୀୟ କ୍ରିକେଟ୍ ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତମାନ ସ୍ଥାପନ କରିଛନ୍ତି। ପୂଜାରା ଟେଷ୍ଟ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ସିଡନୀ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ପୂଜାରା ଏହି ବଡ଼ ଉପଲବ୍ଧିର ଅଧିକାରୀ ହୋଇଛନ୍ତି।

୪୦୭ ରନର ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ଇନିଂସରେ ୭୬ତମ ଓଭରରେ ନାଥନ ଲିୟନଙ୍କ ବଲରେ ଚୌକା ମାରି ପୂଜାରା ୬ହଜାର ସଂଗ୍ରସ କରି ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କର ଏହି ଉପଲବ୍ଧି ପାଇଁ ଆଇସିସି ଅଭିନନ୍ଦନ ଜଣାଇଛି। ପୂଜାରା ମଧ୍ୟ ଏକାଦଶ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କରିଛନ୍ତି। ପୂଜାରା ଏହି ମ୍ୟାଚରେ ୭୭ ରନ୍‌ର ଇନିଂସ୍ ଖେଳିଛନ୍ତି।

ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍‌ର ରେକର୍ଡ ରହିଛି। ସଚିନ୍ ୧୫୯୨୧ ରନ୍ କରି ଆଗରେ ରହିଛନ୍ତି। ସେହିପରି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ ଡ୍ରାଭିଡ୍ (୧୩୨୬୫), ସୁନୀଲ ଗାଭାସ୍କର (୧୦୧୨୨), ଭିଭିଏସ୍ ଲକ୍ଷ୍ମଣ (୮୭୮୧), ବୀରେନ୍ଦ୍ର ସେହ୍ୱାଗ (୮୫୦୩), ବିରାଟ କୋହଲି (୭୩୧୮), ସୌରଭ ଗାଙ୍ଗୁଲି (୭୨୧୨), ଦିଲୀପ ଭେଙ୍ଗସରକାର (୬୮୬୮), ମହମ୍ମଦ ଆଝାରୁଦ୍ଦିନ (୬୨୧୫) ଓ ଗୁଣ୍ଡାପ୍ପା ବିଶ୍ୱନାଥ (୬୦୮୦) ୬ହଜାରରୁ ଅଧିକ ରନ୍ କରିଛନ୍ତି।

The post ଏଲିଟ୍ କ୍ଲବରେ ସ୍ଥାନ ପାଇଲେ ପୂଜାରା appeared first on Odisha Reporter.



from Odisha Reporter https://ift.tt/3q8g3fM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages