ସୁନ୍ଦରଗଡ଼ (ବିଜୟ ବରୁଆ): କାଲି ମିଳିଥିଲା ଗୋଟିଏ କଟା ହାତ, ଗୋଡ଼ ଓ ମୁଣ୍ଡ ବିହୀନ ଗଣ୍ଡି। ଆଜି ମିଳିଛି ମୁଣ୍ଡ ସହିତ ଆଉ ଗୋଟିଏ କଟା ହାତ ଓ ଗୋଡ଼। ଗାଁ ସାଥୀଙ୍କୁ ନୃଶଂସ ହତ୍ୟା ଘଟଣାରେ ଏକ ପୋଖରୀରୁ ଏସବୁକୁ ଜବତ କରିଛି ପୁଲିସ୍।
ବୁଧବାର (୧୩ ତାରିଖ) ଅପରାହ୍ନରୁ ନିଖୋଜ ଥିଲେ କରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂହ। ଗତକାଲି ସନ୍ଧ୍ୟାରେ ଏକ ବିଲରୁ ତାଙ୍କ ଗୋଟିଏ ହାତ ମିଳିଥିଲା। ଏହା ପରେ ଚାରି ଘଣ୍ଟା ଖୋଜାଖୋଜି କଲା ପରେ ଗାଁ ନିକଟ ନିର୍ମାଣାଧୀନ ଶୀତଳ ଭଣ୍ଡାର ନିକଟସ୍ଥ ପୋଖରୀରୁ ଗୋଡ଼ ଓ ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର ହୋଇଥିଲା।
ଆଜି ସକାଳେ ପୁଣି ଅଗ୍ନିଶମ ବିଭାଗ ସହଯୋଗରେ ଟାଉନ୍ ଥାନା ପୁଲିସ ସେହି ପୋଖରୀରେ ଖୋଜାଖୋଜି କରିଥିଲା। ଏହି ସମୟରେ ମୁଣ୍ଡ ସହିତ ଆଉ ଗୋଟିଏ କଟା ହାତ ଓ ଗୋଡ଼ ମିଳିଛି। ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ଆଉ ଗୋଟିଏ ଗୋଡ଼ ମିଳିନାହିଁ। ଘଟଣାସ୍ଥଳ ରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମଧ୍ୟ ମୁତୟନ ଅଛନ୍ତି।
ରମେଶଙ୍କ ଘର ଭବାନୀପୁର ଗାଁରେ। ବୁଧବାର ଅପରାହ୍ନ ୩ଟାରେ ସେ ପଞ୍ଚାୟତ ଅଫିସରୁ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଦେଖା ହୋଇଥିଲେ। ପରେ ରମେଶ ଓ ତାଙ୍କର ସେହି ବନ୍ଧୁ ବାଇକ୍ରେ କୁଆଡେ ବୁଲିବାକୁ ଯାଇଥିଲେ। ସେହିଦିନ ସନ୍ଧ୍ୟାରେ ରମେଶ ତାଙ୍କ ବଡ଼ ଭାଇ ବିଷ୍ଣୁଙ୍କୁ ଫୋନ୍ କରି ବିଳମ୍ୱରେ ଫେରିବେ ବୋଲି କହିଥିଲେ। କିନ୍ତୁ ସେ ଫେରି ନଥିଲେ।
ଗତକାଲି ସକାଳେ ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇ ନଥିଲେ। ଶେଷରେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅପରାହ୍ନରେ ବିଜୁ ପଟ୍ଟନାୟକ ଏକ୍ସପ୍ରେସ୍ ୱେ’ଠାରୁ ୨୦୦ ମିଟର ଦୂର ଏକ ବିଲ ଭିତରୁ ଗୋଟିଏ କଟା ହାତ ମିଳିଥିଲା। କଟା ହାତଟି ରମେଶଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍ ତାଙ୍କ ଶରୀରର ବାକି ଅଂଶ ଖୋଜିବା ଆରମ୍ଭ କରିଥିଲା।
The post କଟା ହାତ ପରେ ମିଳିଲା କଟା ମୁଣ୍ଡ appeared first on Odisha Reporter.
from Odisha Reporter https://ift.tt/38KR8sP
No comments:
Post a Comment