ତେଲ ନ ମିଳିବାରୁ ଟାଙ୍କି ଉପରକୁ ବୋମା ଫିଙ୍ଗିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

ତେଲ ନ ମିଳିବାରୁ ଟାଙ୍କି ଉପରକୁ ବୋମା ଫିଙ୍ଗିଲେ ଯୁବକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ତେଲ ପକାଇବାକୁ ନେଇ ଆରମ୍ଭ ହେଲା ବଚସା। ମାତ୍ର ଏହି ବଚସା ଏତେ ସାଂଘାତିକ ରୂପ ନେଲା ଯେ, ପେଟ୍ରୋଲ ଟାଙ୍କି ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ। ବୋମାମାଡ଼ରେ ପେଟ୍ରୋଲ ପମ୍ପର ମାପ ଓଜନ ମେସିନ ଜଳିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ, ଗତ କାଲି ରାତି ପ୍ରାୟ ୩ଟା ପରେ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ବାନାମ୍ବର ମାଝୀ ଏକ ବଟଲ ଧରି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ପେଟ୍ରୋଲ ମାଗିଥିଲେ ମଧ୍ୟ ମିଳି ନ ଥିଲା। ଏହାକୁ ନେଇ   ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ତେଣୁ ଉତ୍ତ୍ୟକ୍ତ ଯୁବକଜଣକ ରାତିରେ ରାସ୍ତାରେ ଛିଡ଼ା ହୋଇ ଏକ ପେଟ୍ରୋଲ  ବମ୍‌ ଟାଙ୍କି ଉପରକୁ ପକାଇଥିଲେ। ଏଥିଯୋଗୁ ମେସିନ ହୁତୁହୁତୁ ହୋଇ  ଜଳିଥିଲା।  ଏହାଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ସଙ୍ଗେସଙ୍ଗେ ବାଲି ଓ ଗ୍ୟାସ ସାହାଯ୍ୟରେ ନିଆଁ ଲିଭାଇଥିବା ପେଟ୍ରୋଲ ପମ୍ପ ମ୍ୟାନେଜର  କହିଛନ୍ତି।

ଖଣ୍ଡପଡା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନ ଖାନ ତଲାସ ଚଳାଇଛି ।

The post ତେଲ ନ ମିଳିବାରୁ ଟାଙ୍କି ଉପରକୁ ବୋମା ଫିଙ୍ଗିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3bFP7jn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages