ବୁମ୍ରା ଓ ଅଶ୍ୱିନଙ୍କ ବିନା ମଇଦାନକୁ ଓହ୍ଲାଇଲା ଭାରତ, ଅଷ୍ଟ୍ରେଲିଆକୁ ଡବଲ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

ବୁମ୍ରା ଓ ଅଶ୍ୱିନଙ୍କ ବିନା ମଇଦାନକୁ ଓହ୍ଲାଇଲା ଭାରତ, ଅଷ୍ଟ୍ରେଲିଆକୁ ଡବଲ ଝଟକା

ବ୍ରିସବେନ: ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୪ର୍ଥ ଟେଷ୍ଟ ଖେଳୁନାହାନ୍ତି। ସେହିପରି ତୃତୀୟ ଟେଷ୍ଟର ହିରୋ ହନୁମା ବିହାରୀ ମଧ୍ୟ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି। ଏହି କାରଣରୁ ଆଜି ବୁମ୍ରାଙ୍କ ବଦଳରେ ଟି ନଟରାଜନ ଟେଷ୍ଟରେ ଡେବ୍ୟୁ କରିଛନ୍ତି।

ସେହିପରି ଅଶ୍ୱିନଙ୍କ ବଦଳରେ ୱାଶିଂଟନ ସୁନ୍ଦର ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି। ଆହତ ହନୁମାଙ୍କ ବଦଳରେ ମଧ୍ୟକ୍ରମର ବ୍ୟାଟିଂ ମଙ୍ଗ ମୟଙ୍କ ଅଗ୍ରୱାଲ ସମ୍ଭାଳିବେ।

ଦଳର ବୋଲିଂ ବାହିନୀରେ ଥିବା ମହମ୍ମଦ ସିରାଜ ଆଜି ନିଜ ଟେଷ୍ଟ କ୍ୟାରିୟରର ୩ୟ ମ୍ୟାଚ୍‌ ଖେଳୁଥିବା ବେଳେ ନଭଦୀପ ସୈନି ଓ ଶାର୍ଦ୍ଦୁଳ ଠାକୁର ନିଜ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି।

ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଦଳକୁ ଆରମ୍ଭରୁ ଝଟକା ଦେଇଛନ୍ତି ଠାକୁର ଓ ସିରାଜ। ଦଳୀୟ ସ୍କୋର ୪ ହୋଇଥିବା ବେଳେ ସିରାଜ ୧ ରନ୍ କରିଥିବା ଡାଭିଡ ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ସେହିପରି ମାର୍କସ ହ୍ୟାରିସଙ୍କ ୱିକେଟ ଶାର୍ଦ୍ଦୁଳ ଠାକୁର ନେଇଛନ୍ତି।

ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ତା’ ପ୍ରଥମ ଇନିଂସ୍‌ରେ ୨ ୱିକେଟ ହରାଇ ୬୫ ରନ୍ କରିଛି। ମାର୍ନସ ଲାବୁଶେନ ୧୯ ଓ ଷ୍ଟିଭ ସ୍ମିଥ ୩୦ ରନ୍‌ କରି ଅପରାଜିତ ରହିଛନ୍ତି।

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଭାରତ ଦ୍ୱିତୀୟ ମ୍ୟାଚରେ ବାଜିମାତ କରିଥିଲା। ତୃତୀୟ ମ୍ୟାଚ୍ଟି ଡ୍ର ହେବାରୁ ଏବେ ୪ର୍ଥ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି।

The post ବୁମ୍ରା ଓ ଅଶ୍ୱିନଙ୍କ ବିନା ମଇଦାନକୁ ଓହ୍ଲାଇଲା ଭାରତ, ଅଷ୍ଟ୍ରେଲିଆକୁ ଡବଲ ଝଟକା appeared first on Odisha Reporter.



from Odisha Reporter https://ift.tt/3qoSgbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages