ବ୍ରିସବେନ: ଇଞ୍ଜୁରୀ ଚ୍ୟାଲେଞ୍ଜ ଦେଇ ଗତି କରୁଥିବା ଟିମ୍ ଇଣ୍ଡିଆ ୪ର୍ଥ ଟେଷ୍ଟରେ ଏକାଧିକ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ଦଳ ପାଇଁ ଦୁଇ ଜଣ ଯୁବ ଖେଳାଳି ଏକାଥରେ ଡେବ୍ୟୁ କରିଛନ୍ତି। ତୃତୀୟ ଟେଷ୍ଟରେ ଯଶପ୍ରୀତ ବୁମ୍ରାଙ୍କ ତଳିପେଟର ମାଂସ ମୋଡ଼ି ହୋଇଯାଇଥିଲା। ଏଥିପାଇଁ ସେ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଛନ୍ତି।
ତାଙ୍କ ବଦଳରେ ତାମିଲନାଡୁର ଦ୍ରୁତ ବୋଲର ଟି ନଟରାଜନ ଆଜି ଟେଷ୍ଟରେ ଡେବ୍ୟୁ କରିଛନ୍ତି। ସେ ଭାରତର ୩୦୦ତମ ଖେଳାଳି ଭାବେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ଟିମ ଇଣ୍ଡିଆର ବୋଲିଂ କୋଚ୍ ଭରତ ଅରୁଣ ଟେଷ୍ଟ କ୍ୟାପ୍ ଦେଇଛନ୍ତି।
ସେହିପରି ଅନ୍ୟତମ ଆହତ ଖେଳାଳି ରବି ଅଶ୍ୱିନଙ୍କ ସ୍ଥାନରେ ଆଜି ତାମିଲନାଡୁର ସ୍ପିନର ୱାଶିଂଟନ ସୁନ୍ଦର ମଧ୍ୟ ଭାରତ ପାଇଁ ଡେବ୍ୟୁ କରୁଛନ୍ତି। ସେ ଭାରତର ୩୦୧ ତମ ଖେଳାଳି ହୋଇଛନ୍ତି। ତାଙ୍କୁ ଅଶ୍ୱିନ ହିଁ ଟେଷ୍ଟ କ୍ୟାପ୍ ଦେଇ ଚୂଡ଼ାନ୍ତ ଏକାଦଶକୁ ସ୍ୱାଗତ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟି ନଟରାଜନ ଆଜି ଟେଷ୍ଟରେ ଡେବ୍ୟୁ କରିବା କ୍ଷଣି ତାଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଟୁର୍ ବେଳେ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଡେବ୍ୟୁ କରିବାର ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଓଭର ଅଲ ୧୭ତମ ଖେଳାଳି ଭାବେ ନଟରାଜନ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
The stuff dreams are made of. A perfect treble for @Natarajan_91 as he is presented with #TeamIndia's Test No. 300. It can't get any better! Natu is now an all-format player. #AUSvIND pic.twitter.com/cLYVBMGfFM
— BCCI (@BCCI) January 14, 2021
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ରେ ନଭଦୀପ ସୈନି ଆହତ ହେବାରୁ ନଟରାଜନଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେହିପରି ଟି-୨୦ ସ୍କ୍ୱାଡରେ ନଟରାଜନ ଆଦୌ ନଥିଲେ। ହେଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହେବାରୁ ତାଙ୍କୁ ବଦଳ ଖେଳାଳି ଭାବେ ଅଷ୍ଟ୍ରେଲିଆ ପଠା ଯାଇଥିଲା। ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଜବରଦସ୍ତ ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିଲେ।
ଟେଷ୍ଟ ସ୍କ୍ୱାଡରେ ନଟରାଜନ ଓ ସୁନ୍ଦର ନଥିଲେ। ସେମାନଙ୍କୁ ସୀମିତ ଓଭର ସିରିଜ ପରେ ନେଟ୍ସ ବୋଲର ଭାବେ ଦଳ ସହ ଅଷ୍ଟ୍ରେଲିଆରେ ରହିଥିଲେ। ହେଲେ ଟିମ୍ ଇଣ୍ଡିଆ ଆହତ ସମସ୍ୟାରେ ଫସିବାରୁ ଦୁଇ ଜଣଙ୍କୁ ଆଜି ଏକାଥରେ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି।
ଅନ୍ୟପକ୍ଷରେ ଆଜି ହନୁମା ବିହାରୀଙ୍କ ବଦଳରେ ମୟଙ୍କ ଅଗ୍ରୱାଲ ଓ ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ଆଶ୍ୱସ୍ତିର ବିଷୟ ହେଉଛି, ୩ୟ ଟେଷ୍ଟରେ ଆହତ ହୋଇଥିବା ଋଷଭ ପନ୍ତ ଆଜି ଫିଟ୍ ହୋଇ ୱିକେଟ କିପିଂ ଜାରି ରଖିଛନ୍ତି।
The post ଗୋଟିଏ ମ୍ୟାଚରେ ଭାରତ ପାଇଁ ଡେବ୍ୟୁ କଲେ ୨ ଖେଳାଳି, ନଟରାଜନଙ୍କ ନାଁରେ ନୂଆ ରେକର୍ଡ appeared first on Odisha Reporter.
from Odisha Reporter https://ift.tt/3ilhNzt
No comments:
Post a Comment