କେକ୍ ନ କାଟିବା ପଛର ରହସ୍ୟ ଖୋଲିଲେ ରାହାଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

କେକ୍ ନ କାଟିବା ପଛର ରହସ୍ୟ ଖୋଲିଲେ ରାହାଣେ

ନୂଆଦିଲ୍ଲୀ: ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ କ୍ରେଜ ବଢ଼ିବାରେ ଲାଗିଛି। ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି। ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢ଼ିବାରେ ଲାଗିଛି। ଅଧିନାୟକ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ରାହାଣେଙ୍କ ନେତୃତ୍ୱରେ ୨-୧ରେ ସିରିଜ ହାତେଇଛି ଟିମ ଇଣ୍ଡିଆ। ଏହି ସଫଳତା ହାସଲ କରିବା ପରେ ସେ ଭାରତ ଫେରିଥିଲେ। ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ଏବଂ କଙ୍ଗାରୁ ଚିତ୍ର ଥିବା ଏକ କେକ୍ କାଟିବା ପାଇଁ କୁହାଯାଇଥିଲା କିନ୍ତୁ ସେ କେକ୍ କାଟି ନଥିଲେ।  ଏହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ତେବେ କାହିଁକି କେକ୍ କାଟି ନଥିଲେ, ନିକଟରେ ତା’ର ଖୁଲାସା କରିଛନ୍ତି ରାହାଣେ।

ଏକ ସାକ୍ଷାତାକାର ସମୟରେ ସେ କହିଛନ୍ତି, କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ। ତେଣୁ ସେ ଏପରି କରିପାରିବେ ନାହିଁ। ବିପକ୍ଷ ଦଳକୁ ସମ୍ମାନ ଦେବା ଆବଶ୍ୟକ। କ୍ରିକେଟ ମ୍ୟାଚରେ ଜିତିବା ପରେ ବି ବିପକ୍ଷ ଦଳ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ନିଜ ପ୍ରତିଦ୍ୱନ୍ଦି ସହ ଅନ୍ୟ ଦେଶ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ । ଏହି କାରଣ ଯୋଗୁଁ ସେ କେକ୍ କାଟିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।


ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତ ଦମଦାର ବିଜୟ ହାସଲ କରିବା ପରେ ରାହାଣେ ମୁମ୍ବାଇ ଦାଦର ସ୍ଥିତ ନିଜ ଘରକୁ ଫେରିଥିଲେ। ତାଙ୍କ ପଡୋଶୀମାନେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହାସହ ଏକ କେକ୍ ମଧ୍ୟ ଆଣିଥିଲେ । ଉକ୍ତ କେକରେ କଙ୍ଗାରୁ ଚିତ୍ର ତିଆରି ହୋଇଥିଲା। ରାହାଣେ ଏହାକୁ ଦେଖି କେକ୍ କାଟିବା ପାଇଁ ମନା କରିଦେଇଥିଲେ। ରାହାଣେଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ରାହାଣେଙ୍କ ଏଭଳି ନିଷ୍ପତ୍ତି ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

The post କେକ୍ ନ କାଟିବା ପଛର ରହସ୍ୟ ଖୋଲିଲେ ରାହାଣେ appeared first on Odisha Reporter.



from Odisha Reporter https://ift.tt/39An43A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages