‘ତ୍ରିରଙ୍ଗାର ଅପମାନକୁ ସାରା ଦେଶ ଦେଖିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

‘ତ୍ରିରଙ୍ଗାର ଅପମାନକୁ ସାରା ଦେଶ ଦେଖିଲା’

ନୂଆଦିଲ୍ଲୀ: ଆଜି ‘ମନ କି ବାତ’ରେ ଜାନୁଆରୀ ୨୬ରେ ହୋଇଥିବା ହିଂସା ଘଟଣାକୁ ନେଇ ମନର କଥା କହିଲେ ପ୍ରଧନାମନ୍ତ୍ରୀ ମୋଦି। ତ୍ରିରଙ୍ଗାକୁ ଅପମାନ କରାଯାଇଥିବା ସମଗ୍ର ଦେଶ ଦେଖିଲା। ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି। ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ ରହିଛି। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇଛି। କେବଳ ୧୫ ଦିନ ଭିତରେ ୩୦ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆସରିଛି। ମେଡ-ଇନ୍-ଇଣ୍ଡିଆ ଭ୍ୟାକ୍ସିନ ଆଜି ଭାରତର ଆତ୍ମନିର୍ଭରତା ପ୍ରତିକ ହେବା ସହ ଆତ୍ମଗୌରବତାର ପ୍ରତିକ ମଧ୍ୟ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି।

ମନକି ବାତରେ ମୋଦି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତୀୟ ଟିମର କଠିନ ପରିଶ୍ରମ ପରେ ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି।

The post ‘ତ୍ରିରଙ୍ଗାର ଅପମାନକୁ ସାରା ଦେଶ ଦେଖିଲା’ appeared first on Odisha Reporter.



from Odisha Reporter https://ift.tt/3r3hHzJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages