ଓଡ଼ିଶୀ ନୃତ୍ୟ କରିବେ କାଜୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ଓଡ଼ିଶୀ ନୃତ୍ୟ କରିବେ କାଜୋଲ

ମୁମ୍ବାଇ: ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ ନାଚିବେ ବଲିଉଡ ଅଭିନେତ୍ରୀ କାଜୋଲ । ନୂଆବର୍ଷରେ ନିଜ ପ୍ରଶଂସକଙ୍କୁ କଜୋଲ ଏଭଳି ସୂଚନା ଦେଇ ସରପ୍ରାଇଜ ଦେଇଛନ୍ତି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି । ମଡର୍ଣ୍ଣ ଡ୍ୟାନ୍ସ ପରେ ସେ ଏବେ ଓଡ଼ିଶୀ ନୃତ୍ୟ ଆଡେ ମନ ବଳାଇଛନ୍ତି ।

ଅପକମିଂ ଫିଲ୍ମ ’ତ୍ରୀଭଙ୍ଗ’ରେ କାଜୋଲଙ୍କୁ ଜଣେ ଓଡ଼ିଶୀ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ମିଳିବ। ନୂଆବର୍ଷ ଅବସରରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି । କଜୋଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଟିଜରକୁ ଶେଆର କରିଛନ୍ତି । ଏହି ଫିଲ୍ମ ଜରିଆରେ ଓଟିଟି ପ୍ଲାଟଫର୍ମରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି । ରେଣୁକା ସାହାଣେଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ କାଜୋଲ ବେଶ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ୩ ଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ଆଧାରିତ। ଶୁଟିଂ ସମୟରେ ଏକ ନୂଆ ଅନୁଭବ ଶିଖି ମୋତେ ବେଶ ଖୁସି ଲାଗିଲା । ଏବେ କେବଳ ଲୋକଙ୍କ ରିଆକସନକୁ ଅପେକ୍ଷା । ଲୋକେ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି ।

 

View this post on Instagram

 

A post shared by Kajol Devgan (@kajol)


ଅଜୟ ଦେବଗନଙ୍କ ପ୍ରଡକ୍ସନରେ ତିଆରି ଏହି ଫିଲ୍ମରେ କଜୋଲଙ୍କ ବ୍ୟତୀତ ମିଥିଲା ପାଲକର, ତନଭି ଆଜମୀ ଏବଂ କୁଣାଲ ରୟ କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଆସନ୍ତା ଜାନୁଆରୀ ୧୫ ତାରିଖରେ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେବ ।

The post ଓଡ଼ିଶୀ ନୃତ୍ୟ କରିବେ କାଜୋଲ appeared first on Odisha Reporter.



from Odisha Reporter https://ift.tt/351TP6W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages