୨ ଜାନୁଆରୀ, ଶନିବାର: ଦୀର୍ଘ ଦିନର ଆଶା ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

୨ ଜାନୁଆରୀ, ଶନିବାର: ଦୀର୍ଘ ଦିନର ଆଶା ପୂରଣ ହେବ

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ପ୍ରତିକାର– ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଓ ଚିନି ପକାଇ ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ ରହିବ। ଘରକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ସମାଲୋଚିତ ହୋଇପାରନ୍ତି। ପ୍ରତିକାର– ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂର ହୋଇ ସ୍ନେହ, ଶ୍ରଦ୍ଧା ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। କାର୍ଯ୍ୟରେ ଜୟଯୁକ୍ତ ହେବେ। ହଠାତ୍ କୌଣସି ନୂତନ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ପ୍ରତିକାର– ମା’ ଲକ୍ଷ୍ମୀଙ୍କ ଦଶନାମକୁ ୧୦ଥର ଜପ କରନ୍ତୁ।

ସିଂହ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ ଓ ଯାତ୍ରାରେ ଶୁଭଫଳ ମିଳିବ। ପରିବାରରେ ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ପ୍ରତିକାର– ‘ଓଁ ନମୋଭଗବତେ ଶ୍ରୀ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ପାଠ କରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଅପମାନିତ ତଥା ଅସମ୍ମାନିତ ହେବାର ଆଶଙ୍କା ରହିଛି। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିପାରନ୍ତି। ବୃଥା ଭ୍ରମଣଜନିତ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର– ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତା’ ମୂଳର ମାଟି ମଥାରେ ଲଗାନ୍ତୁ।

ତୁଳା: ସଭାସମିତି ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ। ରାଜନେତାମାନେ ସାମାଜିକସ୍ତରରେ ଜନପ୍ରିୟତା ହାସଲ କରିବେ। ପ୍ରତିକାର– ୭ଟି ଚକଲେଟ୍ ୭ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ବିଛା: ଜମିଜମା ବିବାଦ ଦୂର ହେବ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ବଳାଇବେ। ଫଳରେ ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ଚଣାଗୁଡ଼ ଭୋଗ ଲାଗି କରନ୍ତୁ।

ଧନୁ: ଅର୍ଥ ଓ ମାନସମ୍ମାନ ପ୍ରାପ୍ତି ହେବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର– କୌଣସି ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମକର: ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କଞ୍ଚାକ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବନ୍ଧୁ ଚର୍ଚ୍ଚାରେ ଦିନଟି ବିତାଇବେ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ହସଖୁସିରେ ସମୟ ବିତାଇବେ। ପ୍ରତିକାର– କିଛି ସୋରିଷ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତିକାର– ସାତଟି ହଳଦିଆ ଫୁଲ ଭଗବାନ ନାରାୟଣଙ୍କୁ ଚଢ଼ାନ୍ତୁ।

The post ୨ ଜାନୁଆରୀ, ଶନିବାର: ଦୀର୍ଘ ଦିନର ଆଶା ପୂରଣ ହେବ appeared first on Odisha Reporter.



from Odisha Reporter https://ift.tt/3hDjIzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages