ଗୁଣ୍ଡ କାଗଜ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

ଗୁଣ୍ଡ କାଗଜ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୨ ଲକ୍ଷ

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ପ୍ରତି ବୁଧବାର ଆନ୍ଧ୍ରପ୍ରଦେଶ ପଲାସାରୁ ଗୁଣ୍ଡ କାଗଜ  ଆଣି ବ୍ରହ୍ମପୁର  ବ୍ୟବସାୟୀଙ୍କୁ ଦେଉଥିଲେ।   ଏହାପରେ   ବକେୟା ଟଙ୍କା ନେଇ ପଲାସା ଯାଉଥିଲେ । ଏହାକୁ ଟାର୍ଗେଟ କରି ଲୁଟ୍‌ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ  ଲୁଟେରା ।  ଗତକାଲି ଦୁଇ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟିନେଲେ  ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଉଭୟ ବ୍ରହ୍ମପୁରରେ ବ୍ୟବସାୟ କରି ଗତକାଲି ସନ୍ଧ୍ୟା ସମୟରେ ବକେୟା ଟଙ୍କା ସଂଗ୍ରହ କରି ଆନ୍ଧ୍ରକୁ ଫେରୁଥିଲେ । ଏହାପରେ  ବାଇକ୍‌ରେ ୨ ଜଣ ସେମାନଙ୍କୁ ଫଲୋ କରିଥିଲେ। ଗୋଲନ୍ଥରା ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ  ନିଛାଟିଆ ଥିବା ଦେଖି   ସେମାନେ କ୍ୟାଶ ବ୍ୟାଗ୍‌କୁ ଟାଣିବାକୁ ଚେଷ୍ଟା କରିଥିଲେ। ଫଳରେ ଗାଡ଼ି ଚାଳକ ସୁରେଶଙ୍କ ସମେତ ୨ ଜଣ ଗାଡିରୁ ଖସି ପଡ଼ିଥିଲେ। ସେମାନେ ରାସ୍ତାରେ ପଡି ଗୁରୁତର ହେବାରୁ ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଦୁଇ ବ୍ୟବସାୟୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ସୁରେଶଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ   ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଗୁଣ୍ଡ କାଗଜ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୨ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3bWC79h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages