ବାଲିଗୁଡ଼ା(ଅଜିତ ଦାସ): ପୁଲିସ୍ର ଜୋରଦାର କମ୍ବିଂ ଅପରେସନ ଯୋଗୁ ଦୀର୍ଘ ଦିନ ହେଲା ଚୁପ୍ ହୋଇ ରହିଥିବା ନକ୍ସଲ ପୁଣିଥରେ ଆରମ୍ଭ କରି ଦେଇଛନ୍ତି ବର୍ବର କାଣ୍ଡ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ । ମୃତକଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ ପାତ୍ର। ନକ୍ସଲମାନେ କୌଣସି ଲେଖା ଛାଡ଼ି ଯାଇ ନ ଥିଲେ ବି ଏହା ସେମାନଙ୍କ କାଣ୍ଡ ବୋଲି ଅନୁମାନ କରିଛନ୍ତି ଅଞ୍ଚଳବାସୀ।
ସୂଚନାଯୋଗ୍ୟ, ଗତ ରାତିରେ କେତେକ ନକ୍ସଲ ଗାଁରେ ପହଞ୍ଚି ଉଭୟ ଭବାନି ଓ ହେମନ୍ତଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଆଜି ସକାଳୁ ଜଣଙ୍କ ମୃତଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡ଼ିଥିବା ବେଳେ ଅନ୍ୟଟି ଗୁଛାଗୁଡ଼ା ଗାଁ ନିକଟରେ ପଡ଼ିଥିବା ଜଣାଯାଇଛି।
ଦୁର୍ଗମ ଅଞ୍ଚଳରେ ନକ୍ସଲମାନେ ଏହି ନୃଶଂସ କାଣ୍ଡ ଘଟାଇଥିବାରୁ ପୁଲିସ୍ ବି ପହଞ୍ଚିବାରେ ବିଳମ୍ବ ହେଉଛି।
The post ନକ୍ସଲଙ୍କ ବର୍ବର କାଣ୍ଡ; ୨ ଜଣଙ୍କୁ ଘରୁ ଡାକି ନେଇ ହାଣି ଦେଲେ appeared first on Odisha Reporter.
from Odisha Reporter https://ift.tt/2MgGTUC
No comments:
Post a Comment