ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲୱାମାର ଲେଲହାର ଅଞ୍ଚଳରେ ଏନ୍କାଉଣ୍ଟର ବେଳେ ଏହି ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ରାଇଫଲ ଜବତ କରାଯାଇଛି। ଗୁଳି ବିନିମୟ ବେଳେ ଜଣେ ଆତଙ୍କବାଦୀ ଆହତ ହୋଇଛି। ତାକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କଶ୍ମୀର ଜୋନ୍ ପୁଲିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛି।
ଗତକାଲି ରାତି ପ୍ରାୟ ୮ଟାରୁ ଏଠାରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା। ଆଉ ଆଜି ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ତେବେ ସେମାନେ କେଉଁ ଆତଙ୍କବାଦୀ ସଂଗଠନର, ତାହା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ଗତକାଲି ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଏନ୍କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦୀନର ତିନି ଆତଙ୍କବାଦୀ ନିହତ ହୋଇଥିଲେ।
କଶ୍ମୀରର ପୁଲିସ୍ ଆଇଜି ବିଜୟ କୁମାର କହିଥିଲେ, ପୁଲିସ୍, ସେନା ଓ ସିଆର୍ପିଏଫ୍ ପକ୍ଷରୁ ଏହି ସ୍ଥାନରେ ମିଳିତ ଏନ୍କାଉଣ୍ଟର କରାଯାଇଥିଲା। ଏହି ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଓ ଯବାନମାନଙ୍କ ଉପରକୁ ଗ୍ରେନେଡ୍ ଫୋପାଡ଼ି ଥିଲେ। ଏହା ପରେ ଯବାନମାନେ ଜବାବ ଦେଇଥିଲେ। ଗୁଳିବିନିମୟ ବେଳେ ୩ ଆତଙ୍କବାଦୀ ନିହତ ହୋଇଥିଲେ।
The post ଆତ୍ମସମର୍ପଣ କଲେ ଦୁଇ ଆତଙ୍କବାଦୀ appeared first on Odisha Reporter.
from Odisha Reporter https://ift.tt/3iYQJGF
No comments:
Post a Comment