ମୁମ୍ବାଇ: ଫସିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଲଣ୍ଡନର ଏକ ସେଲୁନ ଭିତରୁ ପ୍ରିୟଙ୍କାଙ୍କୁ ନେଇଗଲା ପୁଲିସ। ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ମଧ୍ୟ ପୁଲିସ ଧରିଛି। କୋଭିଡ-୧୯ ଉଲ୍ଲଙ୍ଘନ ଅଭିଯୋଗୋରେ ପ୍ରିୟଙ୍କା ଏବଂ ତାଙ୍କ ମା’ଙ୍କୁ ପୁଲିସ ପଚରାଉଚରା କରିଛି।
ବ୍ରିଟେନ୍ରେ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବରେ ଲାଗିଛି କରୋନା ମହାମାରୀ। ଏଥିଯୋଗୁଁ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ଏହାରି ଭିତରେ ପ୍ରିୟଙ୍କା ଓ ତାଙ୍କ ମା’ ଏକ ସେଲୁନକୁ ଯାଇଥିଲେ। ସେଠାରେ କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଉଭୟଙ୍କୁ ପୁଲିସ ଧରିଛି।
ସୂଚନା ମୁତାବକ, ପ୍ରିୟଙ୍କା ତାଙ୍କ ମା’ ଏବଂ ପୋଷା କୁକୁର ସହ ଲଣ୍ଡନର ଏକ ଲଗଜୁରୀ ସେଲୁନକୁ ଯାଇଥିଲେ। ସେହି ସମୟରେ ସେଠାରେ ଆସି ପୁଲିସ ପହଞ୍ଚିଥିଲା। ଏହାପରେ ସେଲୁନ ଭିତରେ ଥିବା ସମସ୍ତଙ୍କୁ ବାହାରକୁ ଆସିବାକୁ କହିଥିଲା ପୁଲିସ। କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା’ ବାହାରକୁ ଆସିନଥିଲେ। ଏହାପରେ ପୁଲିସ ବାଧ୍ୟ ହୋଇ ସେଲୁନ ଭିତରେ ପଶିବାରୁ ପ୍ରିୟଙ୍କା ଏବଂ ତାଙ୍କ ମା’ ବାହାରକୁ ଆସିଥିଲେ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି ଏବଂ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫିଲ୍ମର ପ୍ରସ୍ତୁତି ପାଇଁ ପ୍ରିୟଙ୍କା ସେଲୁନ ଯାଇଥିବା ପୁଲିସକୁ କହିଛନ୍ତି । ତାଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ, ସରକାରଙ୍କ ଗାଇଡଲାଇନ ମାନି ପ୍ରିୟଙ୍କା ହେୟାର କଲର କରିବା ପାଇଁ ସେଲୁନକୁ ଯାଇଥିଲେ । ଯେହେତୁ ତାଙ୍କର ଫିଲ୍ମ ଶୁଟିଂ ହେବାର ଅଛି ସେଥିପାଇଁ ସେ ସେଠାକୁ ଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ସେଲୁନ କେବଳ ଉକ୍ତ ପ୍ରଡକ୍ସନ ହାଉସ୍ ପାଇଁ ହିଁ ଖୋଲାଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ।
ତେବେ ଆାବଶ୍ୟକୀୟ ଦସ୍ତାବିଜ ଦେଖାଇବା ପରେ ପୁଲିସ କୌଣସି ଫାଇନ କାଟିନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନଥିଲା । ଏହା ସହ ଉକ୍ତ ସେଲୁନର ମାଲିକଙ୍କୁ କୋଭିଡ୍ ଗାଇଡଲାଇନ ମାନିବା ପାଇଁ ଚେତାବନୀ ଦେଇଥିଲା ପୁଲିସ ।
The post ସେଲୁନ ଭିତରୁ ପ୍ରିୟଙ୍କାଙ୍କୁ ନେଇଗଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/39bVFna
No comments:
Post a Comment