ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋଲାଙ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋଲାଙ୍କି

ଅହମଦାବାଦ: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧହସିହ୍ନ ସୋଲାଙ୍କି। ୯୪ ବର୍ଷରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ଗୁଜରାଟର ସପ୍ତମ ମୁଖ୍ୟମନ୍ତ୍ରୀ ସହିତ ଜଣେ ବରିଷ୍ଠ କଂଗ୍ରେସ ନେତା। ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ସେ ଦେଶ ପାଇଁ କାମ କରିଛନ୍ତି। ୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ।

୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ୧୯୮୦ ନିର୍ବାଚନ ପୂର୍ବରୁ ସେ ଗୁଜରାଟରେ କେଏଚଏଏମ୍ ମେଣ୍ଟକୁ ଆସିଥିଲେ। ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ।

୧୯୮୦ ପୂର୍ବରୁ ୧୯୭୬ରେ ମଧ୍ୟ ସୋଲାଙ୍କି ଅଳ୍ପ ସମୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ। ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ। ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

The post ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋଲାଙ୍କି appeared first on Odisha Reporter.



from Odisha Reporter https://ift.tt/3nx54L0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages