ନୂଆଦିଲ୍ଲୀ: ଉତ୍ତରଭାରତରେ ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ । ସେପଟେ ବଦଳିଛି ରାଜଧାନୀ ଦିଲ୍ଲୀର ପାଗ । ଖସିଛି ପରାଦ । ଆଜି ସକାଳୁ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ହାଲକା ବର୍ଷା ହୋଇଛି । ଏଥିଯୋଗୁଁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି ।
ଦିଲ୍ଲୀ, ଉତ୍ତରପ୍ରଦେଶ, ହରିଆଣା ସମେତ ଅନେକ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଜି ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଆଜି ଦିଲ୍ଲୀର ପଲାମା ଅଞ୍ଚଳରେ ୦.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେପଟେ ବିଭିନ୍ନ ସ୍ଥାନରେ କୁହୁଡି ଯୋଗୁଁ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ ଜାନୁଆରୀ ୨ରୁ ଆସନ୍ତା ୫ ତାରିଖ ଯାଏଁ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରିହଛି। ଫଳରେ ଆଗକୁ ଆହୁରି ଥଣ୍ଡା ବଢ଼ିବ। ଏଥିସହ ଜାନୁଆରୀ ୩ ତାରିଖ ଆଡକୁ ଦିଲ୍ଲୀବାସୀ ଶୀତ ଲହରୀର ସାମ୍ନା କରିପାରନ୍ତି। ରାଜଧାନୀରେ ୨ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬ରୁ ୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିପରି ଦିଲ୍ଲୀ ସମେତ ରୱାଡି, ଭିୱାଡି, ଗୁରୁଗ୍ରାମ, ସୋନିପତ, ଗନ୍ନୌର, ଡେଗା, ମଥୁରା, ହାଥରସ, ଭରତପୁର, ହାଂସି, ତୋଶାମ, ପାନିପତ, କରନାଲ, ଶାମଲି, କୈଥଲ, ନରବାନା, ନାରୟଣପୁର ଏବଂ ନାରନସଲରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେପଟେ ହିମାଚଳ ପ୍ରେଦଶରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ରାସ୍ତାରେ ବରଫ ଜମିବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ପର୍ଯ୍ୟଟକମାନେ କିନ୍ତୁ ତୁଷାରପାତର ମଜା ନେଇଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଯାଇଛି।
The post ରାଜଧାନୀରେ ବର୍ଷା, ଥଣ୍ଡାର ଥାର୍ଡ ଡିଗ୍ରୀ ଜାରି appeared first on Odisha Reporter.
from Odisha Reporter https://ift.tt/3n1dz0E
No comments:
Post a Comment