କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିବ ଦିଲ୍ଲୀ, ଦେଖିବ ପୂରା ବିଶ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିବ ଦିଲ୍ଲୀ, ଦେଖିବ ପୂରା ବିଶ୍ୱ

ଧର୍ମଗଡ଼ (ରାଜକୁମାର ସିଂହଦେଓ): ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିବ କଳାହାଣ୍ଡିର ବଜାସାଲ ନୃତ୍ୟ। ଦେଶବାସୀଙ୍କ ସହ ପୂରା ବିଶ୍ୱ ଏହି ନୃତ୍ୟର ମଜା ନେଇପାରିବ। ଏଥିପାଇଁ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ‘ପ୍ରତିଭା’ ଅନୁଷ୍ଠାନର ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୫ ତାରିଖରୁ ସେଠାରେ ସେମାନେ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଅଭ୍ୟାସ ଆରମ୍ଭ କରିବେ। ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ଏହି ନୃତ୍ୟାନୁଷ୍ଠାନ ଭାଗ ନେବାକୁ ସୁଯୋଗ ପାଇଛି। ତେଣୁ ଅନୁଷ୍ଠାନର ସମସ୍ତ କଳାକାର ଖୁସି ଅଛନ୍ତି। ପୂର୍ବରୁ ‘ପ୍ରତିଭା’ ଅନୁଷ୍ଠାନର ନୃତ୍ୟଶିଳ୍ପୀ ଲଣ୍ଡନ ସହିତ ଅନ୍ୟ କିଛି ଦେଶରେ ମଧ୍ୟ ବଜାସାଲ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ଅନୁଷ୍ଠାନର ନୃତ୍ୟଶିଳ୍ପୀ ମନ୍ଦାକିନୀ ବନୁଆ କହିଛନ୍ତି, ଏଇଟା ଆମ ପାଇଁ ଗର୍ବ ଓ ଗୌରବର କଥା। ଆମ ସାର୍‌ମାନଙ୍କ ପରିଶ୍ରମ ଯୋଗୁ ଆମକୁ ଏହି ସଫଳତା ମିଳିଛି। ଏମିତି ତ ଆମେ ଦେଶର ଅନେକ ସ୍ଥାନରେ ନୃତ୍ୟ ପରିବେଷଣ କରିଛୁ। ବିଦେଶ ବି ଯାଇଛୁ। କିନ୍ତୁ ଦିଲ୍ଲୀରେ ରାଜପଥରେ ନୃତ୍ୟ ପରିବେଷଣ କରିବା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ହେବ। ଏହା ଆମ ପାଇଁ ଏକ ଗୌରବର କଥା। କୋଲକାତାରେ ଅଡିସନ୍ ଦେଇ ଆମେ ଏଠାରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ପାଇଛୁ।

ଗୁରୁ ଧ୍ୟାନାନନ୍ଦ ପଣ୍ଡା କହିଛନ୍ତି, ବଜାସାଲ ନୃତ୍ୟ ହେଉଛି କଳାହାଣ୍ଡିର ପରମ୍ପରା ଓ ସଂସ୍କୃତି। ଏହାକୁ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ରାଜପଥରେ ପରିବେଷଣ କରିବାଠାରୁ ଅଧିକ ଗର୍ବର ବିଷୟ କ’ଣ ହୋଇପାରେ। ଦେଶର ଇଷ୍ଟଜୋନ୍‌ରୁ ଏକମାତ୍ର ଦଳ ଭାବେ ଆମେ ମନୋନୀତ ହେଉଛି। ତେଣୁ କଳାହାଣ୍ଡି ଜିଲ୍ଲା ପାଇଁ ବି ଏହା ଏକ ଗୌରବର ବିଷୟ। ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ କରିବା ପାଇଁ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି।

The post କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିବ ଦିଲ୍ଲୀ, ଦେଖିବ ପୂରା ବିଶ୍ୱ appeared first on Odisha Reporter.



from Odisha Reporter https://ift.tt/3naOdNU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages