୧୫୦୦ ଟାଓ୍ୱାର ଭଙ୍ଗାରୁଜାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେଲା ଜିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

୧୫୦୦ ଟାଓ୍ୱାର ଭଙ୍ଗାରୁଜାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେଲା ଜିଓ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। କେନ୍ଦ୍ରର କୃଷି ଆଇନ୍ ଅମ୍ୱାନୀ, ଆଦାନୀ ସ୍ୱାର୍ଥରେ ବୋଲି ଆନ୍ଦୋଳନରତ ଚାଷୀ ଦାବି କରିଛନ୍ତି। ଏହାରି ଭିତରେ ପଞ୍ଜାବର ୧୫୦୦ ଟାଓ୍ୱାରକୁ କ୍ଷତି ପହଞ୍ଚାଇଛନ୍ତି ଦୁର୍ବୃତ୍ତ। ପ୍ରତିଦ୍ୱନ୍ଦୀ କମ୍ପାନୀ ନିଜର ସ୍ୱାର୍ଥ ପାଇଁ ଦୁର୍ବୃତ୍ତଙ୍କୁ ଉସକାଇ ଟାଓ୍ୱାର ଭଙ୍ଗାରୁଜା କରୁଛନ୍ତି ବୋଲି ଜିଓ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ କହିଛି। ସୋମବାର ହାଇକୋର୍ଟର ଦ୍ୱାରସ୍ଥ ହୋଇ ଦୁର୍ବୃତ୍ତଙ୍କ ଏଭଳି କାମ ଉପରେ ରୋକ୍ ଲଗାଇବାକୁ ଆବେଦନରେ କହିଛି ଜିଓ। ଦୁର୍ବୃତ୍ତ ଯେଉଁଭଳି ବେଆଇନ୍ କାମ କରୁଛନ୍ତି ତାହା କମ୍ପାନୀର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି ବୋଲି ରିଲାଏନ୍ସ ଆବେଦନରେ ଦର୍ଶାଇଛି।

ଏହି ପ୍ରସଙ୍ଗକୁ ନେଇ ପଞ୍ଜାବ ରାଜ୍ୟପାଳ ପୁଲିସ ଡିଜି ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଖରୁ ଜବାବ ତଲବ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପରୋକ୍ଷରେ ସମାଲୋଚନା କରିଛନ୍ତି। ରାଜ୍ୟରେ ଯାହା ହେଉଛି ସେ ପାଇଁ ମୁଁ ଉତ୍ତରଦାୟୀ, ପ୍ରଶାସନିକ ଅଧିକାରୀଙ୍କୁ ଜବାବ ତଲବ କରାନଯାଉ ବୋଲି ଅମରିନ୍ଦର କହିଥିଲେ।

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓକୁ ଚେକ୍ ଦେବା ପାଇଁ ନିକଟରେ ଚାଷୀ ରିଲାଏନ୍ସ ଏବଂ ଆଦାନୀର ସାମଗ୍ରୀ ଏବଂ ପେଟ୍ରୋଲ ପମ୍ପକୁ ବୟକଟ କରିବାକୁ ଆହ୍ୱାନ କରିଥିଲେ। ତେବେ କୃଷି ଆଇନ୍ ସହ ରିଲାଏନ୍ସର ନେଣଦେଣ ନାହିଁ ବୋଲି କମ୍ପାନୀ ପୂର୍ବରୁ କହିଛି।

The post ୧୫୦୦ ଟାଓ୍ୱାର ଭଙ୍ଗାରୁଜାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେଲା ଜିଓ appeared first on Odisha Reporter.



from Odisha Reporter https://ift.tt/3pN5bnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages