୪୮ ଘଣ୍ଟା ମହଲତ ଦେଲେ ପୃଥ୍ୱୀରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

 ୪୮ ଘଣ୍ଟା ମହଲତ ଦେଲେ ପୃଥ୍ୱୀରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ  ୪୮ ଘଣ୍ଟାରେ ଧର। ନଚେତ, ସମଗ୍ର ରାଜ୍ୟରେ ପ୍ରତିବାଦ କରାଯିବ ।”  ଟ୍ୱିଟ କରି ଏପରି ଚେତାବନୀ ଦେଇଛନ୍ତି ବିଜେପି.ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଏହି ଘଟଣାରେ ସରକାରଙ୍କ ଉପରେ ଗର୍ଜି ସେ ଟ୍ୱିଟ କରିଛନ୍ତି, ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବରୁ କଂଗ୍ରେସ କରୁଥିଲା, ଏବେ ବିଜେଡି କରୁଛି। ଏହା ଲଜ୍ଜାକର। ୪୮ ଘଣ୍ଟାରେ ଦୋଷୀ ଧରା ନ ପଡ଼ିଲେ,  ସମଗ୍ର ରାଜ୍ୟରେ ପ୍ରତିବାଦ କରାଯିବ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ।”

ସୂଚନାଯୋଗ୍ୟ, କଟକ ଜିଲ୍ଲାର ସବୁ ବ୍ଲକ୍‌ରେ ବିକ୍ଷୋଭ  ପ୍ରଦର୍ଶନ ସହ ମାହାଙ୍ଗାରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  ଗତକାଲି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଗର୍ଜିଛନ୍ତି  ବିଜେପି.ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତି। ସେମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କୁଳମଣି ବରାଳଙ୍କ ପୁଅ ରମାକାନ୍ତ କହିଛନ୍ତି, “ଦୁର୍ନୀତିକୁ ବିରୋଧ କରିବା ଯୋଗୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ସଂପୂର୍ଣ୍ଣ ଭାବେ ଆଇନ ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କଠାରୁ ସାହସ ପାଇ ଓ ତାଙ୍କ ନିର୍ଦ୍ଦେଶରେ ଏମିତି କାଣ୍ଡ କରାଯାଇଛି। ଦୁଇ ବର୍ଷ ତଳେ ଏଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ପୁଲିସ୍ କିଛି ପଦକ୍ଷେପ ନେଲା ନାହିଁ। ତେଣୁ ସେମାନଙ୍କ ସାହାସ ବଢ଼ିଲା ଓ ଏଇ ଘଟଣା ଘଟିଲା।”

ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କହିବାରୁ ତାଙ୍କୁ ମାରି ଦେଲେ। ଆମେ ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ସବୁ ଗାଁକୁ ଯିବୁ। ଆବାସ ଯୋଜନାରେ କେଉଁ ଧନୀ ଓ ଗରିବ ଘର ପାଇଛନ୍ତି ତାଲିକା ମାରିବୁ। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଓ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହେଉଛି। ମନ୍ତ୍ରୀ କହିଛନ୍ତି, ଶୀଘ୍ର ଦୋଷୀଙ୍କୁ ଧରିବେ। ସତ୍‌ ସାହାସ ଥିଲେ ଧରନ୍ତୁ। ଏଠି ପଶ୍ଚିମବଙ୍ଗ ଭଳି କାଣ୍ଡ ଆରମ୍ଭ ହୋଇଛି।

ଏନେଇ ବିଜେପି ଆଣିଥିବା ଅଭିଯୋଗ ସଂକ୍ରାନ୍ତରେ ଆଜି ମୁହଁ ଖୋଲି ଆଇନ ମନ୍ତ୍ରୀ କହିଛନ୍ତି, “ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ସେ ମୋ କଥାରେ କିଛି କରିଦେବେ ତାହା ନୁହେଁ। ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ। ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ ।  ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ। କଠୋରରୁ କଠୋର ଦଣ୍ଡ ପାଉ।”

ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି,  “ ବିରୋଧୀ ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଥିବାରୁ ସେମାନେ ଏହା ଚାହୁଁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।”

ସେପଟେ ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଥିଲେ  । ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରରେ ଆସିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଦାବି ହୋଇଛି।

The post  ୪୮ ଘଣ୍ଟା ମହଲତ ଦେଲେ ପୃଥ୍ୱୀରାଜ appeared first on Odisha Reporter.



from Odisha Reporter https://ift.tt/2KZhmhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages