ନୂଆଦିଲ୍ଲୀ: କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ମୁଖ୍ୟ ଡକ୍ଟର ଭି.ଜି ସୋମାନି ୮ ମିନିଟର ଏକ ପ୍ରେସ କନଫରେନସ କରିଥିଲେ। ଯେଉଁଥିରେ ସେ କେବଳ ବିସ୍ତୃତ ଭାବରେ ଟିକା ବାବଦରେ କହିଥିଲେ। ହେଲେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ସେରମ ଦ୍ୱାରା ପ୍ରସ୍ତୁତ ଟିକାକୁ କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ Emergency Use Authorization ଭାବରେ ଅନୁମତି ପାଇଛି।
ଇଣ୍ଟରନେଶନାଲ ଆସୋସିଏସନ ଅଫ୍ ବାୟୋଏଥିକ୍ସର ପୂର୍ବତନ ସଭାପତି ଡକ୍ଚର ଅନନ୍ତ ଭାନ କହିଛନ୍ତି ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ଟିକାକୁ ଅନୁମତି ମିଳିବା ପୂର୍ବର ଆବଶ୍ୟକ ଡାଟା ସାର୍ବଜନୀନ କରାଯାଇ ନାହିଁ। ଅନେକ କ୍ଲିନିକାଲ ପରୀକ୍ଷା ହୋଇଛି। ହେଲେ ସେଗୁଡ଼ିକର ଫଳାଫଳ କଣ ଜଣାପଡ଼ିନି। ତେଣୁ ଟିକାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଟିକା ବ୍ୟବହାର ପାଇଁ ଯେଉଁ ଆଇନ୍ ବା ପ୍ରକ୍ରିୟା ରହିଛି ସେହି ପଦ୍ଧତି ଅନୁସରଣ କରାଯାଇନି।
ସେହିପରି ଅଲ୍ ଇଣ୍ଡିଆ ଡ୍ରଗ୍ ଆକ୍ସନ ନେଟଓ୍ୱର୍କର ମୁଖ୍ୟ ମାଳିନୀ ଆଇଶୋଲା କହିଛନ୍ତି, କେଉଁ ଆଧାରରେ କୋଭାକ୍ସିନକୁ ଡିସିଜିଆଇ Emergency Use Authorization ଅନୁମତି ଦେଇଛି ତାହା ସାର୍ବଜନୀନ କରିବା ଦରକାର। ଟିକା ତିଆରି ପାଇଁ ଯେଉଁ ଆଇନ୍ ରହିଛି ସେଥିରେ Emergency Use Authorization ବାବଦରେ ଉଲ୍ଲେଖ ନାହିଁ। ତେଣୁ ଯେଉଁ ସବୁ ତଥ୍ୟକୁ ଆଧାର କରି ଟିକାକୁ ଅନୁମତି ଦିଆଯାଇଛି ସେ ବାବଦରେ ତଥ୍ୟ ସାର୍ବଜନୀନ ହେବା ଦରକାର।
କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବାକୁ ବାକି ଅଛି। ତେଣୁ କେଉଁ ଆଧାରରେ Emergency Use Authorization ଲେଖି ଟିକାକୁ ବିଶେଷଜ୍ଞ କମିଟି ସୁପାରିଶ କରିଛି ତାର ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ଡକ୍ଚର ଅମର ଜେଶନୀ କହିଛନ୍ତି। ଡକ୍ଚର ଅମର ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ଏଥିକ୍ସର ସମ୍ପାଦକ।
କରୋନା ସଂକ୍ରମଣ ଦେଶ ପାଇଁ ବଡ଼ ଚିନ୍ତାର ବିଷୟ। ଆମେ ସମସ୍ତେ ଟିକା ଅପେକ୍ଷାରେ ରହିଛୁ। ଖାଲି ଟିକା ନୁହେଁ ଟିକା କେତେ ନିରାପଦ ସେ ବାବଦରେ ମଧ୍ୟ ଆମେ ସମସ୍ତେ ସୁନିଶ୍ଚିତ ରହିବା ଦରକାର ବୋଲି ଷ୍ଟାଫୋର୍ଡଶ୍ରିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଚର ଜେଏନ ରାଓ କହିଛନ୍ତି।
The post ଦୁଇ ଟିକାର ଅନୁମତି ପ୍ରକ୍ରିୟା ଉପରେ ବିଶେଷଜ୍ଞ ଉଠାଇଲେ ପ୍ରଶ୍ନ appeared first on Odisha Reporter.
from Odisha Reporter https://ift.tt/3rTy2Ij
No comments:
Post a Comment