ଅଭିନେତ୍ରୀ ପିଆଲିଙ୍କ ଜୀବନର ଦୁଇଟି ଡ୍ରିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଅଭିନେତ୍ରୀ ପିଆଲିଙ୍କ ଜୀବନର ଦୁଇଟି ଡ୍ରିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଲବୁଲି ଓଡ଼ିଆ ଅଭିନେତ୍ରୀ ପିଆଲି। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଓଡ଼ିଆ ଫିଲ୍ମ `ପାପ’ରେ ସେ ଏଲିନାଙ୍କ ସାନ ଭଉଣୀ ଭୂମିକାରେ ନଜର ଆସିବେ। ନିକଟରେ ଓଟିଭିର ଗପସପ ପ୍ରୋଗ୍ରାମରେ ତାଙ୍କ ଜୀବନର ଦୁଇଟି ଡ୍ରିମ୍ ବିଷୟରେ କହିଛନ୍ତି ପିଆଲି। ସେ କହିଛନ୍ତି, ମୁଁ ଫେମସ ହିରୋଇନ୍‌ ହେବାକୁ ଚାହେଁ । ନଚେତ ଏମିତି ଜଣେ ମଣିଷ ହେବାକୁ ଚାହେଁ ଯିଏକି ଲୋକଙ୍କ ସହାୟତ କରୁଥିବ । ଏଭଳି ଜଣେ ମଣିଷ ହେବା ପାଇଁ ସେ ଲୋକଙ୍କ ଆଶୀର୍ବାଦ ମାଗିଛନ୍ତି ।

ସେ ଆହୁରି କହିଛନ୍ତି, ଯେ ପରିବାର ଏବଂ ତାଙ୍କ ବାପାଙ୍କ ସପୋର୍ଟ ଲାଗି ଆଜି ସେ ଅଭିନେତ୍ରୀ ହୋଇପାରିଛନ୍ତି । ମିଷ୍ଟଭାଷୀ ପିଆଲିଙ୍କ ଡ୍ରଇଂ କରିବା ହବି ରହିଛି ।  ଡ୍ୟାନ୍ସ କରିବା ସହ ମିରର ଆଗରେ ନିଜ ସହ କଥା ହେବାକୁ ପସନ୍ଦ କରନ୍ତି ଏହି ଓଡ଼ିଆ ଅଭିନେତ୍ରୀ ଜଣକ।  ଓଟିଭିର ଗପସପ ପ୍ରୋଗ୍ରାମରେ ସେ ନିଜେ ଏହି କଥାର ଖୁଲାସା କରିଛନ୍ତି ।

ଅପକମିଂ ଫିଲ୍ମ `ପାପ’ ଶୁଟିଂ ସମୟରେ ପିଆଲି ଭୟଭିତ ହୋଇପଡିଥିଲେ । ସେ ସମସ୍ତଙ୍କ ସହ କିଭଳି ମିଳାମିଶା କରିବେ ତାକୁ ନେଇ ଚିନ୍ତିତ ହୋଇପଡିଥିଲେ । ପରେ ଧୀରେ ଧୀରେ ସେ ସମସ୍ତଙ୍କ ସହ ମିଶି ଅନେକ କଥା ଶିଖିଥିବା କହିଛନ୍ତି ।

ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ `ପାପ’ରେ ପିଆଲିଙ୍କୁ ଅଭିନେତ୍ରୀ ଏଲିନାଙ୍କ ସାନ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ସେ ଜଣେ ଚୁଲବୁଲି ଝିଅର ଚରିତ୍ରରେ ନଜର ଆସିବେ । ଏକ ଭିନ୍ନ କାହାଣୀକୁ ନେଇ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି ହୋଇଛି । ଫିଲ୍ମର ଲିଡ୍‌ ରୋଲରେ ଏଲିନା ସାମନ୍ତରାୟ ଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ଅଙ୍କିତ କୁମାର। ଅନ୍ୟ ପ୍ରମୁଖ ଭୂମିକାରେ ଅଶ୍ରୁମୋଚନ ଏବଂ ଅଭିଷେକଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

The post ଅଭିନେତ୍ରୀ ପିଆଲିଙ୍କ ଜୀବନର ଦୁଇଟି ଡ୍ରିମ୍‌ appeared first on Odisha Reporter.



from Odisha Reporter https://ift.tt/3hDE7nu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages