ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି

କଟକ (ଓଡ଼ିଶା ରିପୋର୍ଟର): ପ୍ରଫେସର ସଞ୍ଜୟ କୁମାର ନାୟକ ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୂଳପତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ନାୟକଙ୍କର ୩୪ ବର୍ଷର ଅଭିଜ୍ଞତା ରହିଛି। ସେ ୩୫ଟି ବହି ଲେଖିଛନ୍ତି। ତାଙ୍କ ଅଧୀନରେ ୪୦ ଜଣ ପିଏଚ୍‌ଡି କରିଥିବା ବେଳେ ଜଣେ ଡିଏସ୍‌ସି କରିଛନ୍ତି।

ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇ ସ୍ଥିତ ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ)ର ମହାନିର୍ଦ୍ଦେଶକ ତଥା ଚିଫ୍ ଏକାଡେମିକ୍ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

The post ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି appeared first on Odisha Reporter.



from Odisha Reporter https://ift.tt/3c29Y0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages