ଆଜି ଖୋଲିଲା ଧବଳେଶ୍ୱର ପୀଠ, ଚଣ୍ଡୀ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ଆଜି ଖୋଲିଲା ଧବଳେଶ୍ୱର ପୀଠ, ଚଣ୍ଡୀ ମନ୍ଦିର

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ମାସ ପରେ ଗତକାଲିଠୁ କଟକରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆଜିଠୁ ଖୋଲିଲା ବାବା ଧବଳେଶ୍ୱରଙ୍କ ପୀଠ ଓ କଟକ ଚଣ୍ଡୀ ମନ୍ଦିର।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ସକାଳୁ ସକାଳୁ ଧବଳେଶ୍ୱର ମନ୍ଦିର ଖୋଲିଛି । ରାତି ୪ଟାରୁ ପହଡ ଖୋଲାଯାଇ ଧବଳେଶ୍ୱର ବାବାଙ୍କ ସ୍ନାନ କରାଯାଇଛି । ମଙ୍ଗଳ ଆଳତୀ ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି ।  ଆଜି ମନ୍ଦିର ପୂଜକଙ୍କ ପରିବାର ଲୋକେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି । ଆସନ୍ତା କାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ  ମଂଚେଶ୍ୱର ପଞ୍ଚାୟତ ଏବଂ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ସୁଯୋଗ ମିଳିବ । ଗୋଟିଏ ଥରରେ ୫୦ ଜଣ ଭକ୍ତ ଦର୍ଶନ କରିପାରିବେ।  ୬ ଫୁଟ୍ ଦୂରତା ରଖି ମନ୍ଦିର ପରିସରରେ ମହାଦେବଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ସେହିପରି ଆଜିଠୁ କୋଭିଡ କଟକଣା ଭିତରେ ସାଧାରଣ ଭକ୍ତଙ୍କ ପାଇଁ କଟକ ଚଣ୍ଡୀ ମନ୍ଦିର ଖୋଲିଛି । ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜାଯାଇଛି ।

ଅନ୍ୟପକ୍ଷରେ ଦୀର୍ଘ ଦିନର କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲି ସାରିଥିବା ବେଳେ କାଲିଠୁ କଟକରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଗତକାଲି ଚଣ୍ଡୀ ମନ୍ଦିର ଖୋଲି ନ ଥିଲ। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରୁ କେବଳ ମନ୍ଦିର ମୁଖ୍ୟ ଫାଟକ ଖୋଲାଯାଇଥିଲା । ଦୂରରୁ କେବଳ ଭକ୍ତ ମା’ଙ୍କୁ ଦର୍ଶନ କରିଥିଲେ  । ଚଣ୍ଡି ମନ୍ଦିରରେ ସମସ୍ତ ବ୍ୟବସ୍ଥା ପରେ ଆଜିଠୁ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା।   ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ ରହିବ। ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରି ବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।

The post ଆଜି ଖୋଲିଲା ଧବଳେଶ୍ୱର ପୀଠ, ଚଣ୍ଡୀ ମନ୍ଦିର appeared first on Odisha Reporter.



from Odisha Reporter https://ift.tt/38qlEYJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages