ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ଫେବୃଆରୀ ମାସରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସରକାର ବଜେଟ ଆଗତ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଅର୍ଥନୀତିକ ରିପୋର୍ଟ ଜାରି କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତ ହ୍ରାସ ପାଇପାରେ ବୋଲି ସରକାର ଆକଳନ କରିଛନ୍ତି।
ଗତ ଚାରି ଦଶନ୍ଧିରେ ଏହା ସବୁଠାରୁ ଖରାପ ଆର୍ଥିକ ବର୍ଷ ହେବ ବୋଲି ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ୨୦୧୯-୨୦ରେ ଦେଶର ଅଭିବୃଦ୍ଧି ହାର ୪.୨ ପ୍ରତିଶତ ଥିଲା। ଏନଏସଓ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ପ୍ରାୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି କମିଛି।
The post ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ରିପୋର୍ଟ ଆକଳନ କଲା ଏନଏସଓ appeared first on Odisha Reporter.
from Odisha Reporter https://ift.tt/3bwjpVV
No comments:
Post a Comment