ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି ।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତକାଲି ଏକ ପତ୍ର ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଝରିଗାଁ ବ୍ଲକ୍ରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି ।
ପ୍ରକାଶ ଥାଉକି, କିଛିଦିନ ତଳେ ଝରିଗାଁ ବ୍ଲକ୍ରେ ଶୌଚାଳୟ ନିର୍ମାଣରେ ଅନିୟମିତାକୁ ନେଇ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କ ବିରୋଧରେ ଶତାଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ଗ୍ରାମ ଗୁଡ଼ିକୁ ବାହ୍ୟ ମଳମୁକ୍ତ ଗ୍ରାମ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ । ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇବା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ।
କିନ୍ତୁ ହିତାଧିକାରୀଙ୍କ ନାମରେ ଆସିଥିବା ଶୌଚାଳୟ ଟଙ୍କାକୁ ହଡ଼ପ କରିଚାଲିଛନ୍ତି ଖୋଦ୍ ସରକାରୀ ବାବୁ। ଏଭଳି ସାଙ୍ଘାତିକ ଅଭିଯୋଗ ଜିଲ୍ଲାର ଝରିଗାଁ ବ୍ଲକରୁ ଆସିଥିବାବେଳେ ସେଠାରେ ୨୬,୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଆସିଥିବା କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପିସି ବାବଦକୁ ଝରିଗାଁ ବିଡିଓ ୫ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା ।
ଝରିଗାଁ ବିଡିଓ ଡି.ବାହାଦୁର ସିଂ ଧୁରୁଆ କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବା ନେଇ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତ କିଛିଦିନ ତଳେ ଶତାଧିକ ହିତାଧିକାରୀ ବିଡିଓଙ୍କ ବିରୋଧରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ପିଡି ଡିଆରଡିଏ ଉକ୍ତ ଅଂଚଳକୁ ଯାଇ ତଦନ୍ତ କରିଥିଲେ ଏବଂ ଗତକାଲି ରାଜ୍ୟ ସରକାର ଉଭୟ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।
The post ଶୌଚାଳୟ ଟଙ୍କା ହଡ଼ପ କରୁଥିଲେ, ଶେଷରେ ନିଲମ୍ବିତ ହେଲେ ବିଡିଓ, ଜେଇ appeared first on Odisha Reporter.
from Odisha Reporter https://ift.tt/3nPK2aP
No comments:
Post a Comment