କରଞ୍ଜିଆ (ଦୀପକ କୁମାର ମହାନ୍ତ): ଘର ଭାଗ ନେଇ ବଚସା ଓ ପରେ ତୀର ମାଡ଼। ତୀର ମାଡ଼ରେ ବଡ଼ ଭାଇ ଆହତ ହୋଇଥିବା ବେଳେ ସାନ ଭାଇକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗାଁରେ।
ସୂଚନା ଅନୁଯାୟୀ, ଗାଁର ଦୁଇ ଭାଇ- ବୁଧୁରାମ ପିଙ୍ଗୁଆ ଓ ଟୁବୁରୁ ପିଙ୍ଗୁଆ ମଧ୍ୟରେ ଘର ଭାଗକୁ ନେଇ ଗତକାଲି ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍ତେଜିତ ହୋଇ ବୁଧୁରାମ ସାନ ଭାଇ ଟୁବୁରକୁ ତୀରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଟୁବୁର ତାଙ୍କ ଉପରକୁ ତୀର ମାଡ଼ କରିଥିଲେ।
ଗୁରୁତର ବୁଧୁରାମଙ୍କ ଛାତିରେ ତୀରଟି ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କରଞ୍ଜିଆ ଥାନା ପୁଲିସ୍ ଟୁବୁରୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
The post ବଡ଼ଭାଇକୁ ମାରି ଦେଲେ ତୀର appeared first on Odisha Reporter.
from Odisha Reporter https://ift.tt/3ssssx7
No comments:
Post a Comment