୭୦ ଟଙ୍କାରେ ବିକୁଥିଲେ ଜାଲ୍‌ କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

୭୦ ଟଙ୍କାରେ ବିକୁଥିଲେ ଜାଲ୍‌ କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ୍‌

ପାରାଦୀପ (ରମାକାନ୍ତ ନାୟକ): ମାତ୍ର ୭୦ ଟଙ୍କା ଦେଲେ ମିଳୁଥିଲା ଜାଲ କୋଭିଡ ନେଗେଟିଭ ରିପୋର୍ଟ।  କେବଳ ସତିକି ନୁହେଁ, ପାରାଦୀପ ଆଇଓସିଏଲ୍‌ରେ ପ୍ରବେଶ କରିବା ପାଇଁ ବି ନକଲି ଗେଟପାସ ମଧ୍ୟ ମିଳୁଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ଜାଲ କୋଭିଡ୍ ନେଭେଟିଭ ସାର୍ଟିଫିକେଟ ତିଆରି କରୁଥିବା ଏକ ରାକେଟର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ଅଭୟଚାନ୍ଦପୁର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକଙ୍କ ନାଁ କାଳନ୍ଦି ତରାଇ। ସେ କୁଜଙ୍ଗ ବ୍ଲକ ଡାଳିମିପୁର ଅଞ୍ଚଳର ବୋଲି ଜଣାପଡିଛି । ତା’ନିକଟରୁ ପୁଲିସ ଜାଲ ସାର୍ଟିଫିକେଟ ତିଆରିରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର ଆଦିକୁ ଜବତ କରିଛି।

ସୂଚନା ମୁତାବକ, ଏହି ଯୁବକ ଜଣକ ଥାନା ଠାରୁ ମାତ୍ର ୩ଶହ ମିଟର ଦୂରରେ ଏକ ଘରୋଇ କମ୍ପାନୀର କ୍ୟାମ୍ପ ନିକଟରେ ଜେରକ୍ସ ଦୋକାନ କରିଥିଲା। ସେଠାରେ ନକଲି କୋଭିଡ ସାର୍ଟିଫିକେଟ ଓ ଆଇଓସିଏଲୋରେ ପ୍ରବେଶ କରିବା ପାଇଁ ଆବଶ୍ୟକ ପଡୁଥିବା ଶ୍ରମିକଙ୍କ ନକଲି ଗେଟପାସ ତିଆରି କରୁଥିଲା। କେବଳ ସେତିକି ନୁହେଁ, ସାର୍ଟିଫିକେଟୋରେ ପାରାଦୀପ ସରକାରୀ ଡ଼ାକ୍ତରଖାନାର ଜଣେ ଡାକ୍ତରଙ୍କ ନାମ ଏବଂ କୁଜଙ୍ଗ ଅଞ୍ଚଳର ଜଣେ ଘରୋଇ ଡାକ୍ତରଙ୍କ ନାମରେ ଜାଲ ରବର ଷ୍ଟାମ୍ପ ତିଆରି କରି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ସେପଟେ ଯେଉଁ ସରକାରୀ ଡାକ୍ତରଙ୍କ ନାଁ ବ୍ୟବହାର ହୋଇଛି ସେ ଏନେଇ କହିଛନ୍ତି, ଏଥିରେ ତାଙ୍କର କୌଣସି ହାତ ନାହିଁ। ହସ୍ପିଟାଲର ପ୍ରେସକିପସନ ଜେରକ୍ସ ବ୍ୟବହାର କରି ତାଙ୍କ ନାଁରେ ଅଭିଯୁକ୍ତ ଜଣକ ନକଲି ରବର ଷ୍ଟାମ୍ପ ଓ ତାଙ୍କ ନକଲି ଦସ୍ତଖତ ବ୍ୟବହାର କରୁଥିଲା । ଏନେଇ ସେ କିଛି ଜାଣିନଥିବା ସଫେଇ ଦେଇଛନ୍ତି।

ପୂର୍ବରୁ  ଅଭିଯୁକ୍ତ ଜଣକ ସାର୍ଟିଫିକେଟ ପିଛା ୩୦୦ ଟଙ୍କା ନେଉଥିବା ବେଳେ ଏବେ ମାତ୍ର ୭୦ ଟଙ୍କାରେ ଏହି ଦୁଇଟି ସାର୍ଟିଫିକେଟ ବିକ୍ରି କରୁଥିଲା। ବିଶେଷ କରି ଆଇଓସିଏଲ ରେ ଡ୍ୟୁଟି କରିବାକୁ ଯାଉଥିବା ଶ୍ରମିକଙ୍କୁ ନଜରରେ ରଖି ସେ ଏ ପ୍ରକାର ଜାଲ କାରବାର ଚଳାଇଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତର କେବଳ ହାତ ଥିଲା ନା ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଖୋଲତାଡ ଜାରି ରଖିଛି।

The post ୭୦ ଟଙ୍କାରେ ବିକୁଥିଲେ ଜାଲ୍‌ କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ୍‌ appeared first on Odisha Reporter.



from Odisha Reporter https://ift.tt/3c30hyK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages