ଏଥର ପ୍ରଜ୍ଞାପନ ମେଢ଼ରେ ରାମ ମନ୍ଦିର ଓ କୋଭିଡ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଏଥର ପ୍ରଜ୍ଞାପନ ମେଢ଼ରେ ରାମ ମନ୍ଦିର ଓ କୋଭିଡ ଟିକା

ନୂଆଦିଲ୍ଲୀ:ଜାନୁଆରୀ ୨୬ ସଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିବ ଭବ୍ୟ ରାମମନ୍ଦିର। ଚଳିତ ଥର ପ୍ରଜ୍ଞାପନ ମେଢ଼ରେ ସାମିଲ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି। ଏଥିସହ ଦୀପୋତ୍ସବର ଝଲକ ସାଙ୍ଗକୁ ପୌରାଣିକ ଗ୍ରନ୍ଥ ରାମାୟଣର ବିଭିନ୍ନ ଘଟଣାକ୍ରମକୁ ମଧ୍ୟ ନୂଆଦିଲ୍ଲୀର ରାଜପଥରେ ପ୍ରଦର୍ଶିତ କରାଯିବ।

ଉତ୍ତରପ୍ରଦେଶର ଏହି ପ୍ରଜ୍ଞାପନ ମେଢ଼ରେ ଦୁଇ ଜଣ ମହିଳାଙ୍କ ଗ୍ରୁପ ନୃତ୍ୟ ପରବେଶଣ କରିବେ। ଏଥିସହ ଋଷି ବାଲ୍ମିକଙ୍କ ଏକ ପ୍ରତିମା ମଧ୍ୟ ସ୍ଥାନ ପାଇବ। କେବଳ ସେତିକି ନୁହେଁ ଭଗବାନ ରାମଙ୍କ ବେଶଭୂଷାରେ ଚିତ୍ରିତ ହୋଇ ଜଣେ ବ୍ୟକ୍ତି ମଧ୍ୟ ସାମ୍ନାରେ ବସିଥିବା ଦେଖିବାକୁ ମିଳିବ ।

ଚଳିତ ବର୍ଷ ପରେଡରେ କରୋନା ଟିକାକୁ ମଧ୍ୟ ବିଶେଷ ସ୍ଥାନ ମିଳିବ। ପରେଡରେ କୋଭିଡ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶିତ କରାଯିବ। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟର ବାୟୋଟେକ୍ନୋଲଜି ବିଭାଗ ପ୍ରଜ୍ଞାପନ ମେଢ଼ରେ କରୋନା ମହାମାରୀ ବିରୋଧରେ ଭାରତର ମିଳିତି ସଂଗ୍ରାମରେ ନିଆଯାଇଥିବା ବିଭିନ୍ନ ରଣନୀତିକ ପଦ୍ଧତି ସ୍ଥାନ ପାଇବ। ଉକ୍ତ ପ୍ରଜ୍ଞାପନ ମେଢ଼ର ବିଷୟ ବସ୍ତୁ ରହିବ କୋଭିଡ ବିରୋଧୀ ଲଢ଼େଇରେ ଆତ୍ମନିର୍ଭର ଭାରତ ଅଭିଯାନ।

ଐତିହାସିକ ସଫଳତା ସ୍ୱରୂପ ଟିକା ଉତ୍ପାଦନରେ ବିଭିନ୍ନ ପ୍ରକ୍ରିୟା, କୋଭିଡ ଭ୍ୟାକସିନ ସହ ଜଣେ ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତି ଏହି ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗରେ ରହିବ। ଏହି ମେଢ଼କୁ ୫ଟି ବିଭାଗରେ ବିଭକ୍ତ କରାଯାଇ, ଭୂତାଣୁ ଆଇସୋଲେଶନ, କୋଷ ବିଭାଜନ, ଭୂତାଣୁ ଷ୍ଟୋରେଜ ସିଷ୍ଟମ, ଭୂତାଣୁ ଗବେଷଣା ଲାବ୍ରୋଟରୀ, ଟିକା ପ୍ରସ୍ତୁତ ପ୍ରଣାଳୀ ଏବଂ ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପ୍ରଦର୍ଶିତ ହେବ।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାଧାରଣତନ୍ତ୍ର ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ପରେଡରେ ବିଭିନ୍ନ ରାଜ୍ୟର ୧୮ଟି ପ୍ରଜ୍ଞାପନ ମେଢ଼ ସାମିଲ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। କରୋନାକୁ ଦୃଷ୍ଟି ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

The post ଏଥର ପ୍ରଜ୍ଞାପନ ମେଢ଼ରେ ରାମ ମନ୍ଦିର ଓ କୋଭିଡ ଟିକା appeared first on Odisha Reporter.



from Odisha Reporter https://ift.tt/2Y8ESwa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages