କୋଭିଶିଲ୍ଡ, କୋଭାକ୍ସିନ୍ ପରେ ଆଉ ଏକ ଟିକା ଅନୁମତି ଆଶାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

କୋଭିଶିଲ୍ଡ, କୋଭାକ୍ସିନ୍ ପରେ ଆଉ ଏକ ଟିକା ଅନୁମତି ଆଶାରେ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଆଉ ଏକ ଟିକା ଜାୟଡସ କ୍ୟାଡିଲାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଛି। କୋଭାକ୍ସିନ୍ ଦେଶର ପ୍ରଥମ ସ୍ୱଦେଶୀ ଟିକା ହୋଇଥିବା ବେଳେ ଜାୟଡସ କ୍ୟାଡିଲା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା।

ତେବେ ଦେଶର ପ୍ରଥମ ସ୍ୱଦେଶୀ ଡିଏନଏ ଟିକା ଭାବରେ ରେକର୍ଡ କରିଛି ଏହି କ୍ୟାଡିଲା ଟିକା। ଏହି ଟିକା ପ୍ରସ୍ତୁତିକୁ ବିଆଇଆରଏସି ଏବଂ କେନ୍ଦ୍ରର ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ନ୍ୟାଶନାଲ ବାୟୋଫାର୍ମା ମିଶନ୍ (ଏନବିଏମ୍) ସମର୍ଥନ କରିଛି।

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ବିଶେଷଜ୍ଞ କମିଟି ସନ୍ତୁଷ୍ଟ ହେବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଡିବିଟିର ସଚିବ ଡକ୍ଚର ରେଣୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ଟିକା ଖୁବଶୀଘ୍ର ଅନୁମତି ପାଇବ ବୋଲି କୁହାଯାଉଛି।

ଦୁଇଟି ପର୍ଯ୍ୟାୟର ପରୀକ୍ଷା ରିପୋର୍ଟ ଅନୁଯାୟୀ ଏହା ନିରାପଦ। ଏହି ଟିକାର ତିନୋଟି ଡୋଜ ନେଲେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇ ପାରିବ। ସ୍ୱଳ୍ପ ବ୍ୟବଧାନରେ ତିନୋଟି ଡୋଜ ନେବାକୁ ହେବ। ଜାଇଡସ କୋଡିଲା ଭାରତରେ ୧୦୦୦ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହି ଡିଏନ୍ଏ ଟିକା କରଣ କରିଛି।

The post କୋଭିଶିଲ୍ଡ, କୋଭାକ୍ସିନ୍ ପରେ ଆଉ ଏକ ଟିକା ଅନୁମତି ଆଶାରେ appeared first on Odisha Reporter.



from Odisha Reporter https://ift.tt/3b6ELZI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages