ମନ୍ଦିର ଭିତରେ ବୁଲିଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ମନ୍ଦିର ଭିତରେ ବୁଲିଲା ଭାଲୁ

ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଘଟିଛି।

ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଭାଲୁଟି ଗାଁର ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲା । ପରେ ମନ୍ଦିର ଭିତରକୁ ଯାଇ ବୁଲାବୁଲି କରିଥିଲା । କିଛି ସମୟ ବୁଲିବା ପରେ ଭାଲୁଟି ପୁଣି କେଉଁଆଡ଼େ ଚାଲିଯାଇଥିଲା ।

ଭାଲୁଟି କାହାରି କିଛି କ୍ଷତି କରିନଥିବା ବେଳେ ଗ୍ରାମବାସୀ କିନ୍ତୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ସନ୍ଧାନରେ ଭାଲୁଟି ଗାଁ ଭିତରକୁ ପଶି ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଗତ କିଛି ମାସ ତଳେ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗାଁରେ ମାଳମାଳ ଭାଲୁ ପଶିଆସୁଥିବା ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି l

The post ମନ୍ଦିର ଭିତରେ ବୁଲିଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/3pESpqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages