ଭାରତରେ କେଉଁ ଟିକାର ଦାମ କେତେ ରହିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ଭାରତରେ କେଉଁ ଟିକାର ଦାମ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାକୁ ମାତ ଦେବା ପାଇଁ ସରକାର ଦୁଇଟି ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଜାନୁଆରୀ ୩ରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ବ୍ୟବହାର ପାଇଁ ଅନୁମତି ମିଳିଛି।

ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ରାଜ୍ୟରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ଡୋଜ୍ ସବୁ ପହଞ୍ଚି ଗଲାଣି। ଏସବୁ ଭିତରେ ଆଗକୁ ଆହୁରି ଅନେକ କରୋନା ଟିକା ଭାରତରେ ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।

ସେହିପରି କେଉଁ ଟିକାର ଗୋଟିଏ ଡୋଜର ମୂଲ୍ୟ କେତେ ଟଙ୍କା ରହିବ, ସେକଥା ମଧ୍ୟ ଭାରତ ସରକାର କହିଛନ୍ତି। ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ଯେକୌଣସି କରୋନା ଟିକାର ୨ଟି ଡୋଜ୍ ନେବାକୁ ପଡ଼ିବ। ଏହାପରେ ଯାଇ ସେ କରୋନା ବିରୋଧରେ ଲଢ଼େଇ କରିବାର ଶକ୍ତି ପାଇବେ।

ଆସନ୍ତୁ ଜାଣିବା କେଉଁ ଟିକାର ମୂଲ୍ୟ କେତେ

୧-କୋଭିସିଲ୍ଡର ପ୍ରତି ଡୋଜ୍‌ର ମୂଲ୍ୟ କମ୍ପାନୀ ସରକାରଙ୍କ ପାଇଁ ୨୦୦ ଟଙ୍କା ରଖିଛି। ତେବେ ଘରୋଇ ମାର୍କେଟରେ ଏହା ୧ ହଜାର ଟଙ୍କାରେ ବିକ୍ରି ହେବ।

୨- କୋଭାକ୍ସିନର ୫୫ ଲକ୍ଷ ଡୋଜ୍‌ ସରକାର ଆଣିବେ। ଏହା ମଧ୍ୟରୁ କମ୍ପାନୀ ୧୬.୫୦ ଲକ୍ଷ ଟିକା ମାଗଣାରେ ସରକାରଙ୍କୁ ଦେବ। ଏହାପରେ ବାକି ୩୮.୫୦ ଲକ୍ଷ ଟିକାକୁ ସରକାର ଡୋଜ୍‌ ପିଛା ୨୯୫ ଟଙ୍କାରେ କିଣିବେ।

୩-ଫାଇଜର-ବାୟୋନଟେକର କରୋନା ଟିକା ଡୋଜ୍‌ ପିଛା ଟିକାର ଦର ଭାରତରେ ୧୪୩୧ ଟଙ୍କା ରହିବ।

୪-ମଡର୍ଣ୍ଣା ଟିକାର ଡୋଜ୍‌ ପିଛା ଦର ୨୩୪୮ରୁ ୧୭୧୫ ଟଙ୍କା ମଧ୍ୟରେ ରହିବ।

୫-ସିନୋଫାର୍ମ ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ୍‌ ପିଛା ଦର ୫୬୫୦ ଟଙ୍କା ଭିତରେ ରହିବ।

୬-ସିନୋଭାକ ବାୟୋଟେକର କରୋନା ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ୧୦୨୭ ଟଙ୍କାରେ ବିକ୍ରି ହେବ।

୭-ନୋଭାକ୍ସର ଗୋଟିଏ ଡୋଜ୍‌ର ମୂଲ୍ୟ ୧୧୧୪ ଟଙ୍କା ଧ୍ୟାର୍ଯ୍ୟ କରାଯାଇଛି।

୮-ଗାମାଲେୟା ସେଣ୍ଟର ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିଭ-ଭିର ଡୋଜ୍‌ ପିଛା ଦର ୭୩୪ ଟଙ୍କାରୁ କମ ରହିବ।

୯-ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ୍‌ ପିଛା ଦର ୭୩୪ ଟଙ୍କା ରହିବ ବୋଲି ଭାରତ ସରକାର କହିଛନ୍ତି।

The post ଭାରତରେ କେଉଁ ଟିକାର ଦାମ କେତେ ରହିବ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/35xZAK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages