ଧୋନିଙ୍କ କଡ଼କନାଥ କୁକୁଡ଼ାକୁ ବାର୍ଡ ଫ୍ଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ଧୋନିଙ୍କ କଡ଼କନାଥ କୁକୁଡ଼ାକୁ ବାର୍ଡ ଫ୍ଲୁ

ଭୋପାଲ: ସାରା ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ପ୍ରଥମଥର ପାଇଁ ମଧ୍ୟପ୍ରଦେଶର ପ୍ରସିଦ୍ଧ କଡ଼କନାଥ କୁକୁଡ଼ାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଝାବୁଆ ଜିଲ୍ଲାରେ ଥିବା କଡ଼କନାଥ କୁକୁଡ଼ାରେ ଏଚ୧ଏନ୧ ଭୂତାଣୁ ଠାବ ହେବା ପରେ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି।

ବିଶେଷ କରି ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଫାର୍ମ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଝାବୁଆର ଯେଉଁ ଚାଷୀ ଧୋନିଙ୍କ ଫାର୍ମକୁ କଡ଼କନାଥ କୁକୁଡ଼ା ଦେବାକୁ ଅର୍ଡର ପାଇଥିଲେ, ତାଙ୍କରି କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଝାବୁଆର ରୁଡ଼ିପାଣ୍ଡା ଗାଁରେ ଥିବା ଗୋଟିଏ ଫାର୍ମର କଡ଼କନାଥ କୁକୁଡ଼ାର ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଭୋପାଲରେ ଥିବା NIHSADରେ ନମୁନା ପରୀକ୍ଷା କରାଯିବା ପରେ ଏଭଳି ରେଜଲ୍ଟ ଆସିଛି। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ,  ଏବେ ଫର୍ମାରେ ଥିବା ସମସ୍ତ କୁକୁଡ଼ା, ଅଣ୍ଡା ଓ ଅନ୍ୟାନ୍ୟ ଜିନିଷକୁ ଭଲ ଭାବେ ନଷ୍ଟ କରାଯିବ।

ସେହିପରି ଏହାକୁ ସାନିଟାଇଜ ମଧ୍ୟ କରାଯିବ। ଫାର୍ମ ଥିବା ସ୍ଥାନରୁ ୧ କିମି ପରିଧିକୁ ସଂକ୍ରମଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏବେ ଏହା ମଧ୍ୟରେ ଥିବା ସମସ୍ତ କୁକୁଡ଼ା ଓ ଅଣ୍ଡା ଠାରୁ ଆରମ୍ଭ କରି ଗୃହପାଳିତ ପକ୍ଷୀମାନଙ୍କୁ ହତ୍ୟା କରିଯିବ।

ଏହି ଅଞ୍ଚଳରେ ରହୁଥିବା ବିନୋଦ ମେଦା ନାମକ ଜଣେ ଚାଷୀ କଡ଼କନାଥ କୁକୁଡ଼ା ପାଳନ କରୁଥିଲେ। ସେ କିଛି ଦିନ ତଳେ ରାଞ୍ଚିରେ ଥିବା ଧୋନିଙ୍କ ଫାର୍ମକୁ ୨୦୦୦ ଛୋଟ କଡ଼କନାଥ କୁକୁଡ଼ା ଦେବାକୁ ଅର୍ଡର ପାଇଥିଲେ। ଖରାପ ପାଗ ଯୋଗୁ ସେତେବେଳେ ଏହା ରାଞ୍ଚି ଯାଇ ପାରି ନଥିଲେ।

ଏବେ କଡ଼କଡ଼ନାଥ କୁକୁଡ଼ା ପଠାଇବାକୁ ଯୋଜନା ହେଉଥିବା ବେଳେ ବାର୍ଡ ଫ୍ଲୁ ସବୁ କିଛି ଉଜାଡ଼ି ଦେଇଛି। ଏବେ ପ୍ରଶାସନ ବିନୋଦଙ୍କ ପାଖରେ ଥିବା ୫୫୦ଟି ବଡ଼ କଡ଼କନାଥ କୁକୁଡ଼ା ଓ ୨୮ଶହ ଛୋଟ କଡ଼କନାଥ କୁକୁଡ଼ାକୁ ମାରିବା ପାଇଁ ନେଇ ଯାଇଥିବା ସେ କହିଛନ୍ତି। କେବଳ ମଧ୍ୟପ୍ରଦେଶ ନୁହେଁ, ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

The post ଧୋନିଙ୍କ କଡ଼କନାଥ କୁକୁଡ଼ାକୁ ବାର୍ଡ ଫ୍ଲୁ appeared first on Odisha Reporter.



from Odisha Reporter https://ift.tt/3i9wdTg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages