ବେଜିଂ: ଚାଇନାରେ ଲଗାତର ୬ ଦିନ ଧରି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଇନାର ଉତ୍ତରପୂର୍ବରେ ଏହି କରୋନା ବ୍ୟାପିଥିବା ସୂଚନା ରହିଛି। ଚାଇନାର ସ୍ୱାସ୍ଥ୍ୟ କମିଶନ ସୋମବର କହିଛନ୍ତି ଯେ ବିଗତ ୨୪ ଘଣ୍ଟାରେ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ ଜଣ ସ୍ଥାନୀୟ ସଂକ୍ରମିତ। ବାକି ବେଦଶ ଗସ୍ତରୁ ଆସିବା ପରେ ଚିହ୍ନଟ ହୋଇଛନ୍ତି। ରାଜଧାନୀ ବେଜିଂର ପଡ଼ୋଶୀ ପ୍ରାନ୍ତ ହେବେରୀରେ ୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଉତ୍ତର ପୂର୍ବରେ ଥିବା ଜିଲିନ ପ୍ରାନ୍ତରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବେଜିଂରେ ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ପରିବର୍ତ୍ତେ ୨୧ ଦିନ ପାଇଁ ଡାକ୍ତରଙ୍କ ତତ୍ୱାବଧାନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ଜିଲିନ ପ୍ରାନ୍ତରେ ଥିବା ଗୋନଜହୁଲିଂରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲକଡାଉନ ଜାରି କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଉପଲବ୍ଧ ରଖିଛି ସ୍ଥାନୀୟ ପ୍ରଶାସନ।
ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୩୩ ହେକ୍ଟର ଜମିରେ ଶିଜିଆଜୁହାଂରେ ଏକ ବିଶାଳ କାୟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି କରିଛି ବେଜିଂ ସରକାର। ଚାଇନାର କୋଭିଡ୍ ଡାଟାବେସ ଅନୁଯାୟୀ ୨୦୧୯ ଡିସେମ୍ୱରରୁ ଏଯାବତ ୮୯,୩୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୬୩୫ ଜଣ ମୃତ୍ୟୁ ବରଣ କରିଛନ୍ତି।
ସୂଚନାଯୋଗ୍ୟ, ଚାଇନା କରୋନାକୁ ହରାଇଛି ବୋଲି ଚାଇନା ରାଷ୍ଟ୍ରପତି କହିଥିଲେ। ଏ ନେଇ ଏକ ବିଜୟ ଉତ୍ସବ ମଧ୍ୟ ଗତବର୍ଷ ପାଳନ କରିଥିଲେ ଜିନ୍ ପିଙ୍ଗ୍ ସରକାର। ସେହି ସମୟରେ ଅନେକ ଦେଶରେ କିନ୍ତୁ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିଲା। ଚାଇନା ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଛି ବୋଲି ମଧ୍ୟ ଅଭିଯୋଗ ରହିଛି।
The post ପୁଣି ବଢୁଛି କରୋନା ଆକ୍ରାନ୍ତ, ଗୋଟିଏ ସ୍ଥାନରେ ଲକଡାଉନ୍ appeared first on Odisha Reporter.
from Odisha Reporter https://ift.tt/3iofko7
No comments:
Post a Comment