ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁ ନୂଆବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆବନ୍ଧର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଲା ଯାଉଥିଲା। ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲେ। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ବକେଟ୍ରେ ଚାପି ରଖି ଦେଇଥିଲେ। କିନ୍ତୁ ଅନ୍ୟଟି ଜେସିବିର ଇଞ୍ଜିନରେ ପଶି ଯାଇଥିଲା।
ଏହା ପରେ ସ୍ନେକ ହେଲ୍ପ ଲାଇନ୍କୁ କଲ୍ କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଏବଂ ସନ୍ଦୀପ ସେଠୀଙ୍କ ସହ ପହଞ୍ଚି ପ୍ରଥମେ ସାତ ଫୁଟର ଅଜଗର ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ଇଞ୍ଜିନ୍ରେ ପଶିଯାଇଥିବା ପ୍ରାୟ ୧୧ ଫୁଟ୍ ଲମ୍ବର ଅଜଗରଟିକୁ ଉଦ୍ଧାର କରିଥିଲା। ସେଥିପାଇଁ ସେମାନଙ୍କୁ ପ୍ରାୟ ତିନି ଘଣ୍ଟା ଲାଗିଥିଲା। ପରେ ସାପ ଦୁଇଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
The post ଜେସିବିରେ ପଶିଗଲା ଅଜଗର appeared first on Odisha Reporter.
from Odisha Reporter https://ift.tt/2XPwWzE
No comments:
Post a Comment