ଶୁଭେନ୍ଦୁ ଅଧିକାରୀଙ୍କ ବାପା ବିରୋଧରେ ଆଗୁଆ କାର୍ଯ୍ୟାନୁଷ୍ଠାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ଶୁଭେନ୍ଦୁ ଅଧିକାରୀଙ୍କ ବାପା ବିରୋଧରେ ଆଗୁଆ କାର୍ଯ୍ୟାନୁଷ୍ଠାନ !

କୋଲକାତା: ଟିଏମସି ଛାଡ଼ି ବିଜେପିରେ ମିଶିଥିବା ପଶ୍ଚିମବଙ୍ଗର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପାଙ୍କୁ ଟିଏମସି ଦିଘା ଶଙ୍କରପୁର ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ହଟାଇ ଦେଇଛି। ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ଟିଏମସିର ଲୋକସଭା ସାଂସଦ। ତାଙ୍କ ସ୍ଥାନରେ ଅଖୀଳ ଗିରିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଶୁଭେନ୍ଦୁଙ୍କ ପରେ ତାଙ୍କ ବାପା ମଧ୍ୟ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ହଠାତ୍ ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ କାହିଁକି ଶିଶିର ହଟିଲେ ସେ ନେଇ ସୂଚନା ମିଳିନି। ଶିଶିର ବିଜେପିରେ ସାମିଲ୍ ହୋଇପାରନ୍ତି ଆକଳନ କରି ଟିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି।

ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଶୁଭେନ୍ଦୁ ଗତ ବର୍ଷ ଡିସେମ୍ବରରେ ଦଳ ଛାଡିଥିଲେ। ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ସେ ବିଜେପିରେ ସାମିଲ୍ ହୋଇଥିଲେ।

ଟିଏମସି ଛାଡିବା ପୂର୍ବରୁ ଶୁଭେନ୍ଦୁ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଟିଏମସିକୁ ପବ୍ଲିକ ଲିମିଟେଡ୍ କମ୍ପାନୀ ସହିତ ତୁଳନା କରିଥିଲେ। ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ଏବଂ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପରିଚାଳନା ନିର୍ଦ୍ଦେଶକ କହିଥିଲେ ଶୁଭେନ୍ଦୁ।

ଶୁଭେନ୍ଦୁଙ୍କ ପୂର୍ବରୁ ଏବଂ ପରେ ମଧ୍ୟ ଅନେକ ଟିଏମସି ନେତା ଏବେ ବିଜେପି ମୁହାଁ ହୋଇଛନ୍ତି। ଏହାରି ଭିତରେ ଶୁଭେନ୍ଦୁଙ୍କ ବାପା ତଥା ସାଂସଦ ଶିଶିର ଅଧିକାରୀ ଦଳରେ ରହିବେ ନାଁ ବିଜେପିରେ ସାମିଲ୍ ହେବେ ତାହା ସ୍ପଷ୍ଟ ହୋଇନାହିଁ।

The post ଶୁଭେନ୍ଦୁ ଅଧିକାରୀଙ୍କ ବାପା ବିରୋଧରେ ଆଗୁଆ କାର୍ଯ୍ୟାନୁଷ୍ଠାନ ! appeared first on Odisha Reporter.



from Odisha Reporter https://ift.tt/3qdh9XG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages