ନୂଆ ଲୁକ୍‌ରେ ସୋନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ନୂଆ ଲୁକ୍‌ରେ ସୋନୁ

ମୁମ୍ବାଇ: ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଅଭିନେତା ସୋନୁ ସୁଦଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ।  ଫିଲ୍ମ ପରେ ପ୍ରଥମ କରି  ମ୍ୟୁଜିକ ଭିଡିଓ ଆଲବମରେ ନଜର ଆସିବେ ରିଲ୍‌ରୁ ରିଅଲ ହିରୋ ପାଲଟିଥିସବା ସୋନୁ ସୁଦ୍‌।  ‘ପାଗଲ ନହିଁ ହୋନା’ ମ୍ୟୁଜିକ ଭିଡିଓରେ ସୋନୁଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିବ । ଏଥିରେ ସେ ଜଣେ ଭାତରୀୟ ଯବାନ ଭୂମିକାରେ ନଜର ଆସିବେ।

ସୋନୁଙ୍କ ଏହା ପ୍ରଥମ ମ୍ୟୁଜିକ୍‌ ଭିଡିଓ ହୋଇଥିବାରୁ ଏହାକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ସୋନୁ କହିଛନ୍ତି, ଏହି ଗୀତକୁ ଶୁଣିବା ମାତ୍ରେ ହିଁ ଏଥିରେ କାମ କରିବା ପାଇଁ ହଁ କରିଦେଇଥିଲି। ଏହି ଗୀତକୁ  ସବୁ ଯବାନମାନଙ୍କ ପ୍ରେମିକା ଏବଂ ପତ୍ନୀମାନଙ୍କୁ ସମର୍ପିତ କରାଯାଇଛି। ଗୀତଟିକୁ ବଲିଉଡ ସିଙ୍ଗର ସୁନନ୍ଦା ଗାଇଛନ୍ତି। ସୋନୁ ଏହି ଗୀତ ପାଇଁ ପୁରାପୁରି ଫିଟ୍‌ । ସୋନୁ ଏବେ ରାଷ୍ଟ୍ର ହିରୋ ପାଲଟିଛନ୍ତି। ଏହି ଗୀତ ପାଇଁ ସୋନୁ ପୁରା ପରଫେକ୍ଟ ଥିବା ସୁନନ୍ଦା କହିଛନ୍ତି।

କରୋନା ଲକ୍‌ଡାଉନ ବେଳେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରେ ପହଞ୍ଚାଇବା ପାଇଁ ଆଗକୁ ଆସିଥିଲେ ସୋନୁ। ନିଜ ଖର୍ଚ୍ଚରେ ବସ୍‌, ଟ୍ରେନ୍‌ ଏବଂ ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ଲକ୍ଷ ଲକ୍ଷ ପ୍ରବାସୀଙ୍କ ଶ୍ରମିକଙ୍କୁ ସୋନୁ ସହାୟତା କରିଛନ୍ତି। ଏଥିପାଇଁ ଲୋକେ ତାଙ୍କୁ ମସିହା ମାନୁଛନ୍ତି ଏବଂ ସେ ଲୋକଙ୍କ ହିରୋ ପାଲଟି ଯାଇଛନ୍ତି। ସୋନୁ ସୋଶାଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ଏବଂ ସୋଶାଲ ମିଡିଆରେ ହିଁ ଲୋକେ ତାଙ୍କୁ ସହାୟତା କରିବା ପାଇଁ ଗୁହାରି କରନ୍ତି।

The post ନୂଆ ଲୁକ୍‌ରେ ସୋନୁ appeared first on Odisha Reporter.



from Odisha Reporter https://ift.tt/2XDOTkp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages