ମୁମ୍ବାଇ: ଆଜି ହାତକୁ ଦି ହାତ ହେବେ ବଲିଉଡ ଅଭିନେତା ବରୁଣ ଧୱନ। ଏଥିପାଇଁ ପୁରା ପ୍ରସ୍ତୁତି ଶେଷ ହୋଇଛି। ତାଙ୍କ ପିଲା ଦିନର ସାଙ୍ଗ ତଥା ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ସେ ବିବାହ କରିବେ। ବିବାହ ପୂର୍ବରୁ ତାଙ୍କର ସମସ୍ତ ୱେଡିଂ ସେରେମନିର ଫଟୋ ଏବେ ସୋଶାଲ ମିଡଆରା ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହାରି ଭିତରେ ଆସିଛି ଏକ ଦୁଃଖଦ ଖବର। ବାହା ହେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ବରୁଣ। ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।
ୱେଡିଂ ଭେନ୍ୟୁ ଅଲିବାଗରେ ପହଞ୍ଚିବା ପାଇଁ ସକାଳୁ ନିଜ ସାଙ୍ଗସାଥୀଙ୍କ ସହ ଗାଡିରେ ବାହାରିଥିଲେ। ଏତିକି ବେଳେ ହଠାତ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି। ଏଥିରେ ବରୁଣଙ୍କ କୌଣସି କ୍ଷତି ହୋଇନାହିଁ। ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ଟ୍ରାଫିକ ଜାମ ଏବଂ ଖରାପ ରାସ୍ତା ଯୋଗୁଁ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଛୋଟ ଦୁର୍ଘଟଣାର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡିଛି ।
ସୂଚନା ମୁତାବକ ମହାରାଷ୍ଟ୍ର ଅଲିବଗରେ ବରୁଣ ଓ ନତାଶାଙ୍କ ହାତଗଣ୍ଠି ପଡିବ। ହୋଟେଲରେ ନତାଶାଙ୍କ ପରିବାର ଲୋକ ପହଞ୍ଚି ସାରିଛନ୍ତି। ବରୁଣ ଧୱନଙ୍କ ପରିବାର ମଧ୍ୟ ପହଞ୍ଚି ସାରିଛନ୍ତି। ସମସ୍ତଙ୍କ ନଜର ବର୍ତ୍ତମାନ ବରୁଣ ଓ ନତାଶାଙ୍କ ବାହାଘର ଉପରେ।
ତେବେ ବରୁଣଙ୍କ ବାହାଘରରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ। କରୋନା ମହାମାରୀ ଯୋଗୁଁ ଡେଭିଡ ଧୱନ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି। ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର ୫୦ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ନିକଟ ବନ୍ଧୁ ଓ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାଁ ସାମିଲ ଅଛି।
ବରୁଣଙ୍କ ବାହାଘରରେ ସଲମାନ ଖାନ, ଶାହରୁଖ ଖାନ, ସିଦ୍ଧାର୍ଥ ମଲହୋତ୍ରା, ଅର୍ଜୁନ କପୁର ସାମିଲ ହେବେ। ସିଦ୍ଧାର୍ଥ ମଲହୋତ୍ରା ବାହାଘର ଭେନ୍ୟୁ ବାହାରେ ନଜର ବି ଆସିଛନ୍ତି। ତେବେ ବରୁଣଙ୍କ ବାହାଘରର ଅତିଥି ତାଲିକାରେ ବଚ୍ଚନ ପରିବାର, କପୁର ପରିବାର ଓ ଗୋବିନ୍ଦାଙ୍କ ନାଁ ସାମିଲ ନଥିବା ଜଣାପଡିଛି।
The post ବାହା ହେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରୁଣ appeared first on Odisha Reporter.
from Odisha Reporter https://ift.tt/3c6NZ8H
No comments:
Post a Comment