ବଜେଟ୍ ପୂର୍ବରୁ ହାଲୱା ସେରେମନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ବଜେଟ୍ ପୂର୍ବରୁ ହାଲୱା ସେରେମନି

ନୂଆଦିଲ୍ଲୀ: ସଂସଦରେ ବଜେଟ ଆଗତ ହେବା ପୂର୍ବରୁ  ଆୟୋଜିତ ହୋଇଛି ପାରମ୍ପରିକ ହାଲୱା ସେରେମନି । ନର୍ଥବ୍ଲକରେ ଆୟୋଜିତ ଏହି ହାଲୱା ଉତ୍ସବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନୁରାଗ ଠାକୁର ଯୋଗ ଦେଇଥିଲେ। ଏହି ଉତ୍ସବ ସହ ପେପରଲେସ୍ ବଜେଟ-୨୦୨୧-୨୨ର ଶୁଭାରାମ୍ଭ ହୋଇଯାଇଛି। ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥାଏ । ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ୧୭ ବର୍ଷରୁ ବି ଅଧିକ ଦିନ ଧରି ରହିଆସିଛି । ଏହି ପାରମ୍ପରିକ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆସନ୍ତ ଫେବ୍ରୁଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ  ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହାର ଉପସ୍ଥାପନ କରିବେ। ତେବେ ଏହା ପୂର୍ବରୁ ଶନିବାର ହାଲୱା ଉତ୍ସବ ଆୟୋଜନ ହୋଇଥିଲା। ପ୍ରତିବର୍ଷ ବଜେଟ ଉପସ୍ଥାପନର ପ୍ରାୟ ୧୦ ଦିନ ପୂର୍ବରୁ ବିଶାଳ କଢ଼େଇରେ ହାଲୱା ପ୍ରସ୍ତୁତ କରାଯାଇ ନର୍ଥବ୍ଲକର ପୁରା ଷ୍ଟାଫଙ୍କୁ ପରସା ଯାଏ । ଏହି କାର୍ଯ୍ୟକ୍ରମ ପରେ ସିଧା ବଜେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।


ତେବେ କରୋନା ମହାମାରୀ ଭିତରେ ଚଳିତ ବର୍ଷ ବଜେଟ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିର ବଜେଟ ବହି ଛାପି ଷ୍ଟାଫଙ୍କୁ ବାଣ୍ଟିବା ପରିବର୍ତ୍ତେ ସଫ୍ଟ କପି ବଣ୍ଟାଯିବ । ପ୍ରଥମଥର ପାଇଁ ଚଳିତ ବର୍ଷ ପେପରଲେସ୍ ବଜେଟ ଉପସ୍ଥାନ ହେବ।  ଏଥିପାଇଁ ଶନିବାର ହାଲୱା ସେରେମନି ପରେ କେନ୍ଦ୍ରମନ୍ତ୍ରୀ ବଜେଟ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି। ଯାହାର ନାଁ ରଖାଯାଇଛି ‘ୟୁନିଅନ ବଜେଟ୍ ମୋବାଇଲ ଆପ୍’ । ଏହି ଆପ ଜରିଆରେ ସଂସଦରୁ ଆରମ୍ଭ କରି ସାଧାରଣ ଜନତା ଯାଏଁ  ବିନା କୌଣସି ଅସୁବିଧାରେ ସାଧାରଣ ବଜେଟ ସହ ଜଡିତ ସମସ୍ତ ତଥ୍ୟ ପାଇପାରିବେ। କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ www.indiabudget.gov.in ରୁ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ୍ କରାଯାଇ ପାରିବ। ଏଥିରେ କେନ୍ଦ୍ର ବଜେଟର ୧୪ ପ୍ରକାର ଦସ୍ତାବିଜ ଉପଲବ୍ଧ ହେବ । ତେବେ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ ପ୍ରସ୍ତୁତ ହେବା ପରେ ହିଁ ଏହି ଆପ୍ ଉପଲବ୍ଧ ହେବ।

The post ବଜେଟ୍ ପୂର୍ବରୁ ହାଲୱା ସେରେମନି appeared first on Odisha Reporter.



from Odisha Reporter https://ift.tt/3ojBvx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages