ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଚିଲିକା ନଳବଣକୁ ବୁଲିବାକୁ ଯାଇ ପାଣି ମଧ୍ୟରେ ଅଟକି ରହିଥିବା ଏକ ଯାତ୍ରୀବାହୀ ଡଙ୍ଗାକୁ ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରାଯାଇଛି । ଉକ୍ତ ଡଙ୍ଗାରେ ୧୭ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସୋରଣ ଅଞ୍ଚଳର ୧୭ ଜଣ ଯାତ୍ରୀ ଗତକାଲି ଏକ ଡଙ୍ଗାରେ ନଳବଣ ବୁଲିବାକୁ ଯାଇତିଲେ। ମାତ୍ର ନଳବଣରେ ଇଞ୍ଜିନ ବନ୍ଦ ହୋଇଯିବା ଯୋଗୁଁ ଡଙ୍ଗାଟି ଫସି ରହିଥିଲା। ଡଙ୍ଗା ଫସିଯିବା ଖବର ମିଳିବା ପରେ ଅନ୍ୟ ୨ଟି ଡଙ୍ଗା ଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଅନ୍ଧାର ଥିବାରୁ ବହୁ ସମୟ ଖୋଜାଖୋଜି ପରେ ଉଦ୍ଧାରକାରୀ ଟିମ୍ ଡଙ୍ଗା ଠାବ କରିଥିଲେ । ଦୀର୍ଘ ୬ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ଦୁଇଟି ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
The post ନଳବଣ ବୁଲି ଯାଇଥିଲେ୧୭ ଯାତ୍ରୀ, ଫସିଗଲା ଡଙ୍ଗା appeared first on Odisha Reporter.
from Odisha Reporter https://ift.tt/3anTFsf
No comments:
Post a Comment