ଦିନକ ପରେ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ଦିନକ ପରେ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମବାସୀଙ୍କ ପାଇଁ ଖୁସି ଖବର । ଆଉ ଦିନକ ପରେ ଅର୍ଥାତ ଜାନୁଆରୀ ୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ । ସେହିପରି ଆସନ୍ତାକାଲି ଠାରୁ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠ ଖୋଲିବା ସହ ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏଡିଏମ ରେଭେନ୍ୟୁ ଇନଚାର୍ଜ, ସବ କଲେକ୍ଟର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସକାଳୁ ମନ୍ଦିର ଖୋଲାଯିବ । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ବ୍ୟାପକ ପୁଲିସ ବ୍ୟବସ୍ଥା ସହ କୋଭିଡ କଟକଣା ମଧ୍ୟରେ ଏକକାଳୀନ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତ ମିଳିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତକୁ ଦୃଷ୍ଟିରେ ରଖି ତାରାତାରିଣୀ ମନ୍ଦିର ଉପରକୁ ଯିବା ପାଇଁ ବସ୍ ବବ୍ୟସ୍ଥା କରାଯାଇଛି । ‌ଏହି ସମୟରେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, କରୋନା  ଲକଡାଉନ ଯୋଗୁଁ ରାଜ୍ୟରେ ଦୀର୍ଘ ୯ମାସରୁ ଅଧିକ ଦିନ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଫଳରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ନପାଇ ନିରାଶ ହୋଇଥିଲେ । ଜିଲ୍ଲାରେ କେବେ ଧର୍ମାନୁଷ୍ଠାନ ଖୋଲିବ ସେ ନେଇ ଚାହିଁ ରହିଥିଲେ ଶ୍ରଦ୍ଧାଳୁ । ତେବେ ଆଜି ଜିଲ୍ଲାପାଳଙ୍କ ଘୋଷଣା ପରେ ଶ୍ରଦ୍ଧାଳୁଙ୍କ ଅପେକ୍ଷା ଅନ୍ତ ଘଟିଛି।

The post ଦିନକ ପରେ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/3n0CnpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages