ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ନିଜ ଦେହରେ ନିଆଁ ଲଗାଇ ଥାନା ଭିତରେ ପଶିଗଲେ ଯୁବକ। ତାଙ୍କ ଶାର୍ଟ ଜଳୁଥିବା ବେଳେ ତାଙ୍କୁ କାବୁ କରି ନିଆଁ ଲିଭାଇଥିଲା ପୁଲିସ୍‌। ଏବଂ ତା’ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ।

ଏମିତି କାଣ୍ଡ ଘଟାଇଥିବା ଯୁବକ ଜଣଙ୍କ ଈଶ୍ୱର ନଗର ଗାଁର। ଆଜି ଦିନ ୧୧ଟା ବେଳେ ବିଶ୍ୱନାଥ ହାତରେ ଗୋଟିଏ ପତାକା ଧରି ମେଡିକାଲ ଛକରେ ଠିଆ ହୋଇଥିଲେ। ପରେ ଥାନା ରୋଡ୍‌ରେ ଚାଲି ଚାଲି ଯାଇ ଥାନା ପାଖରେ ପହଞ୍ଚିଥିଲା। ସେଠାରେ ଗେଟ୍ ନିକଟରେ ହଠାତ୍ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଓ ଥାନା ଭିତରକୁ ଚାଲି ଯାଇଥିଲେ। ଥାନାରେ ଉପସ୍ଥିତ ପୁଲିସ୍ କର୍ମଚାରୀ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବକଙ୍କ ବାମ ହାତ ପୋଡ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ କିଛି ଦିନ ହେବ ଅବସାଦରେ ରହିଥିଲେ। ସେଥିପାଇଁ ଏମିତି ଏକ କାଣ୍ଡ ଆଜି ଘଟାଇ ଦେଇଥିଲେ।

The post ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ appeared first on Odisha Reporter.



from Odisha Reporter https://ift.tt/3rPlrWS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages