ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଶୁବମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଶୁବମନ

ବ୍ରିସ୍‌ବେନ୍‌: ବଢ଼ିଆ ଖେଳୁଥିଲେ। କିନ୍ତୁ ଶତକ ଠାରୁ ୯ ରନ୍ ଦୂରରେ ଥିବା ବେଳେ ଆଉଟ୍ ହୋଇଯାଇଥିଲେ। ବ୍ରିସ୍‌ବେନ୍‌ରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଶୁବମନ ଗିଲ୍‌ଙ୍କ ଠାରୁ ଦେଖିବାକୁ ମିଳିଥିଲା ଏମିତି ଏକ ଇନିଂସ।

୩୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଗତକାଲି କୌଣସି ୱିକେଟ୍‌ ନହରାଇ ୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ବନ୍ଦ ନହେବାରୁ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୪ ଓ ଶୁବମନ ଗିଲ୍ କୌଣସି ରନ୍ ନକରି ଅପରାଜିତ ରହିଥିଲେ।

ଆଜି ଦୁଇ ଓପନର ପୁଣି ଇନିଂସକୁ ଆଗେଇ ନେବାକୁ କ୍ରିଜ୍‌କୁ ଓହ୍ଲାଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ପ୍ରଥମ ଇନିଂସ୍‌ରେ ୪୪ ରନ୍ କରି ଦାୟିତ୍ୱହୀନ ଭାବେ ଆଉଟ୍ ହୋଇଯାଇଥିବା ରୋହିତ ଏହି ଇନିଂସ୍‌ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ। ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ଦ୍ୱାରା କଟ୍‌ ବିହାଇଣ୍ଡ ହୋଇଥିଲେ।

କିନ୍ତୁ ଶୁବମନ ଗିଲ୍ ଧୈର୍ଯ୍ୟର ସହ ଖେଳିଥିଲେ। ଆଉ ତାଙ୍କୁ ମିଳିଥିଲା ଚେତେଶ୍ୱର ପୂଜାରାଙ୍କ ସଂପୂର୍ଣ୍ଣ ସହଯୋଗ। ଦୁହିଁଙ୍କ ମଧ୍ୟରେ ୧୧୪ ରନ୍‌ର ପାର୍ଟନରଶିପ୍ ହୋଇଥିଲା।

ଶୁବମନ ଗିଲ୍ ୧୪୬ଟି ବଲ୍‌ରୁ ୯୧ ରନ୍ ସଂଗ୍ରହ କରିଥିଲେ। ତା’ ମଧ୍ୟରେ ଥିଲା ୮ଟି ଚୌକା ଓ ୨ଟି ଛକା। ନାଥନ ଲିୟନଙ୍କ ବଲ୍‌ରେ ସେ ଷ୍ଟିଭ୍ ସ୍ମିଥ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଖବର ଲେଖାଯିବା ସୁଦ୍ଧା ୫୮ ଓଭରରେ ୩ଟି ୱିକେଟ୍ ହରାଇ ୧୭୩ ରନ୍ କରିଛି ଟିମ୍ ଇଣ୍ଡିଆ। ଚେତେଶ୍ୱର ପୂଜାରା ୪୩ ରନ୍ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଅଛନ୍ତି ଋଷଭ ପନ୍ତ।

ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରିଲେ ନାହିଁ। ୨୨ ବଲ୍‌ରେ ୨୪ ରନ୍ (ଗୋଟିଏ ଚୌକା, ଗୋଟିଏ ଛକା) କରି ସେ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଛନ୍ତି। ଦଳକୁ ବିଜୟ ପାଇଁ ଆହୁରି ୧୫୫ ରନ୍ କରିବାକୁ ହେବ।

ଅନଭିଜ୍ଞ ବୋଲରକୁ ନେଇ ଖେଳୁଥିବା ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ୩୬୯ ରନ୍‌ରେ ଅଲ୍‌ଆଉଟ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୩୩୬ ରନ୍‌ କରିଥିଲା। ଏଥିରେ ସବୁଠୁ ଅଧିକ ଯୋଗଦାନ ଥିଲା ଶାର୍ଦ୍ଦୁଳ ଠାକରୁ ଓ ଡେବ୍ୟୁଟାଣ୍ଟ ୱାଶିଂଟନ ସୁନ୍ଦରଙ୍କର। ବୋଲର ହୋଇ ସୁଦ୍ଧା ସେମାନେ ଯଥାକ୍ରମେ ୬୭ ଓ ୬୨ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ୨୯୪ ରନ୍‌ କରି ଅଲ୍‌ଆଉଟ୍ ହୋଇଥିଲା। ଏହା ପରେ ୩୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଛି ଟିମ୍ ଇଣ୍ଡିଆ।

The post ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଶୁବମନ appeared first on Odisha Reporter.



from Odisha Reporter https://ift.tt/3sEm4CY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages