‍‍‍ଭାଇରାଲ୍ ହେଉଛି ପନ୍ତଙ୍କ ସ୍ପାଇଡରମ୍ୟାନ୍ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

‍‍‍ଭାଇରାଲ୍ ହେଉଛି ପନ୍ତଙ୍କ ସ୍ପାଇଡରମ୍ୟାନ୍ ଗୀତ

ବ୍ରିସବେନ୍: ଭାରତୀୟ କ୍ରିକେଟ୍ ଟିମର ଯୁବ ୱିକେଟକିପର ଋଷଭ ପନ୍ତ ୱିକେଟ ପଛରେ କିଛି ନା କିଛି କହି ଚାଲିଥାନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ୱିକେଟ୍ ପଛରେ ତାଙ୍କର ଲଗାତର କଥା କହିବା ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ଏବେ ବ୍ରିସବେନ୍ ଟେଷ୍ଟରେ ପନ୍ତ କିଛି ଏମିତି କାମ କରିଥିବା ନଜର ଆସିଛି। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଓ ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସରେ ୱିକେଟ୍ ପଛରେ ପନ୍ତୁ କିଛି ନା କିଛି କହୁଥିବାର ଜଣାପଡ଼ିଛି। ଏଥର ପନ୍ତଙ୍କୁ ୱିକେଟ୍ ପଛରେ ଗୀତ ଗାଉଥିବାର ଶବ୍ଦ ଶୁଣିବାକୁ ମିଳିଛି। ପନ୍ତ ଯେଉଁ ଗୀତ ଗାଉଥିଲେ, ତାକୁ ଶୁଣି ଫ୍ୟାନ୍ ନିଜ ହସକୁ ରୋକିପାରିନାହାନ୍ତି।

ୱାଶିଂଟନ୍ ସୁନ୍ଦରଙ୍କ ଓଭରରେ ଯେତେବେଳେ କାମେରନ୍ ଗ୍ରୀନ୍ ଓ ଟିମ୍ ପେନ୍ ବ୍ୟାଟିଂ କରୁଥିଲେ, ସେହି ସମୟରେ ପନ୍ତ ୱିକେଟ୍ ପଛରେ ’ସ୍ପାଇଡରମ୍ୟାନ୍ ସ୍ପାଇଡରମ୍ୟାନ୍’ ଗୀତ ଗାଉଥିବା ଶୁଣିବାକୁ ମିଳିଛି। ସୋଶାଲ ମିଡିଆରେ ପନ୍ତଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି ଏବଂ ଫ୍ୟାନ୍ ମଧ୍ୟକୁ ଏହାକୁ ଖୁବ୍ ପସନ୍ତ କରୁଛନ୍ତି।

ଏହା ପୂର୍ବରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ପନ୍ତ ୯୭ ରନ୍‌ର ଇନିଂସ୍ ଖେଳିଥିଲେ। ସେହି ଟେଷ୍ଟରେ ଅଷ୍ଟ୍ରେଲିଆ ୱିକେଟକିପର ଓ କ୍ୟାପଟେ ଟିମ୍ ପେନ୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଲଗାତର ସ୍ଲେଜ୍ କରୁଥିଲେ।

The post ‍‍‍ଭାଇରାଲ୍ ହେଉଛି ପନ୍ତଙ୍କ ସ୍ପାଇଡରମ୍ୟାନ୍ ଗୀତ appeared first on Odisha Reporter.



from Odisha Reporter https://ift.tt/3nQHlFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages