ଓ୍ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଛି ଟ୍ୱିଟର। ଆମେରିକାର କ୍ୟାପିଟାଲରେ ବିଲ୍ଡିଂ ବାହାରେ ହୋଇଥିବା ହିଂସାକୁ ନଜରରେ ରଖି ଟ୍ୱିଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବୁଧବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ୱୋଧନ କରି ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ରହିଥିବା କହିଥିଲେ। ଯାହାକୁ ନେଇ ପୁଣିଥରେ ଟ୍ରମ୍ପ ଏବଂ ତାଙ୍କ ସମର୍ଥକ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି। ସମାନ ଦିନ ଆମେରିକା ସଂସଦର ବୈଠକ ବସିବାକୁ ଯାଉଥିଲା ଏହା ପୂର୍ବରୁ ହ୍ୱାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲଡିଂ ବାହାରେ ଟ୍ରମ୍ପ ସମର୍ଥକ ବହୁ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରିଥିଲେ।
ଏହି ସମୟରେ କ୍ୟାପିଟାଲ ପୁଲିସ ଏବଂ ଟ୍ରମ୍ପଙ୍କ ସମର୍ଥକ ମଧ୍ୟରେ ହିଂସା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ଟ୍ରମ୍ପ ସମର୍ଥକଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ କହିଥିଲେ। ହେଲେ ନିର୍ବାଚନ ପ୍ରକ୍ରିୟା ଭୁଲ୍ ତେଣୁ ପରାଜୟ ସ୍ୱୀକାର କରିବା ଠିକ୍ ନୁହେଁ କହିଥିଲେ ଟ୍ରମ୍ପ। ଏବେ ଏହି ସବୁ ଭିଡିଓକୁ ପ୍ରଥମେ ଫେସବୁକ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଏବେ ୨୪ ଘଣ୍ଟା ପାଇଁ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ପରେ ଟ୍ୱିଟର ସଂପୃକ୍ତ ଭିଡିଓକୁ ହଟାଇବା ସହିତ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରି ଦେଇଛି।
ଆଗକୁ ଏଭଳି ଜାରି ରହିଲେ ସବୁଦିନ ପାଇଁ ଫେସବୁକ ଏବଂ ଟ୍ୱିଟର ଟ୍ରମ୍ପଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି।
Amid violence at US Capitol, Twitter restricts engagement with outgoing President Donald Trump's video tweet. "This claim of election fraud is disputed, and this tweet can't be replied to, retweeted, or liked due to a risk of violence," reads Twitter label on the tweet. pic.twitter.com/U2T4MdQXWU
— ANI (@ANI) January 6, 2021
The post ଟ୍ରମ୍ପଙ୍କ ଫେସବୁକ ଏବଂ ଟ୍ୱିଟର ଆକାଉଣ୍ଟ ବ୍ଲକ appeared first on Odisha Reporter.
from Odisha Reporter https://ift.tt/2Ltj378
No comments:
Post a Comment