ମହାଙ୍ଗା ଡବଲ ମର୍ଡର; ଆଉ ଜଣଙ୍କୁ ବାନ୍ଧିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ମହାଙ୍ଗା ଡବଲ ମର୍ଡର; ଆଉ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୀତି ସରଗରମ ଥିବା ବେଳେ ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାସ୍ତାକୁ ଓହ୍ଲାଇଛି। ଅପରପକ୍ଷେ ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି। ଗତ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି  ଚୈତନ୍ୟ ସେଠୀ ନାମକ ଆଉ ଜଣେ ଅଭିଯୁକ୍ତଙ୍କୁ  କଟକ ନୂଆପାଟଣାରୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ ।

ଅପରପକ୍ଷେ, ଜଣେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଓଡିଶାରେ ପହଞ୍ଚିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି ।  ଏନେଇ ପୁରନ୍ଦେଶ୍ୱରୀ କହିଛନ୍ତି ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା କେତେ ଢିଲା ତାହା ଦର୍ଶାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ହତ୍ୟା କରାଯାଇଛି । ଏଠି ସରକାର ଦୁର୍ନୀତିରେ ବୁଡ଼ି ରହିଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ତେବେ ତାଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ୫ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ଗିରଫ କରିଥିଲା। ସେମାନେ ହେଲେ ପଞ୍ଚାନନ ସେଠୀ, ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଏବଂ ନୃତ୍ତଙ୍ଗ ଗାଁର କ୍ଷୀତୀଶ ଆଚାର୍ଯ୍ୟ, ଲଳିତ ମୋହନ ବରାଳ  ଓ କୈଳାସ ଖଟୁଆଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ ତାଙ୍କ ପୁଅ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।   ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।

ଏନେଇ ହତ୍ୟାର ଶିକାର ହୋଇଥିବା ମହାଙ୍ଗା ବିଜେପି ନେତା କୁଳମଣୀ ବରାଳଙ୍କ ପୁଅ  ରମାକାନ୍ତ ବରାଳ ଗତକାଲି ସିଧାସଳଖ ଆର୍‌ଟିଆଇରେ ତଥ୍ୟ ମାଗିବାରୁ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ରମାକାନ୍ତ କହିଥିଲେ, “ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ମୋ’ ବାପାଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ପୁଲିସ ଓ ପ୍ରଶାସନକୁ ସୁରକ୍ଷା ମାଗିଥିଲୁ। ହେଲେ କେହି ସୁରକ୍ଷା ଦେଲେନି। ସବୁ ପେଡ଼ି ଖୋଲିଛୁ ବୋଲି ଆଜି ଏ ଦଶା ଭୋଗୁଛୁ।” ନିଜର ତଥା ନିଜ ପରିବାର ପ୍ରତି ବିପଦ ଥିବା କହି ଏପରି ଭାବେ ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି  ରମାକାନ୍ତ।

ତୁରନ୍ତ ଆଇନ ମନ୍ତ୍ରୀଙ୍କ ଗିରଫ ଦାବିରେ  ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏସ୍‌ପି ଅଫିସ୍‌ ଘେରାଉ କରାଯାଇଛି। ଆସନ୍ତାକାଲି ଡିଜି ଅଫିସ୍‌ ଘେରାଉ କରାଯିବ ବୋଲି ସ୍ଥିର ହୋଇଛି।

The post ମହାଙ୍ଗା ଡବଲ ମର୍ଡର; ଆଉ ଜଣଙ୍କୁ ବାନ୍ଧିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3i1v4gF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages