ହାତଗୋଡ଼ ବାନ୍ଧି ନାବାଳିକାକୁ ଗଣବଳାତ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ହାତଗୋଡ଼ ବାନ୍ଧି ନାବାଳିକାକୁ ଗଣବଳାତ୍କାର

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ୨ ଯୁବକ ହାତ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ କେହି ନ ଥିବା ସୁଯୋଗ ନେଇ ଯୁବକଜଣକ ନିଜ ସାଙ୍ଗ ସହ ଆସି ଏପରି ପାଶବିକ ଅତ୍ୟାଚାର କରିଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ,  ଗତ ୧୬ ତାରିଖ ଅପରାହ୍ନରେ ୧୩  ବର୍ଷୀୟା ନାବାଳିକଜଣକ ଘରେ ଏକୁଟିଆ ଥିବା ବେଳେ ବାପାମା’ କାମ କରିବାକୁ ଯାଇଥିଲେ। ଏହି ସମୟରେ ଗାଁର ଜଣେ ଯୁବକ ଘରେ ପଶି ଗାମୁଛାରେ ହାତ ଗୋଡ଼ ବାନ୍ଧି ନାବାଳିକାକୁ ବଳାତ୍କାର କରିଥିଲା। ଏହାପରେ ତା ସାଙ୍ଗ ମଧ୍ୟ ବଳାତ୍କାର କରିଥିଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇ ଉଭୟ ପଳାଇଥିଲେ।

ଏହାପରେ ପୁଣି ଥରେ ୧୭ ତାରିଖରେ ଆସି ଉଭୟ ପାଶବିକ ଅତ୍ୟାଚାର କରିଥିଲ। ଏନେଇ ନାବାଳିକାଜଣକ ପରିବାର ଲୋକଙ୍କୁ କହିବା ପରେ ପୀଡ଼ିତାର ମା’ ଏନେଇ ସାଲେପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା  କରୁଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

The post ହାତଗୋଡ଼ ବାନ୍ଧି ନାବାଳିକାକୁ ଗଣବଳାତ୍କାର appeared first on Odisha Reporter.



from Odisha Reporter https://ift.tt/3o3XLuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages