ଆଜି ଶପଥ ନେବେ ଜୋ ବାଇଡେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଆଜି ଶପଥ ନେବେ ଜୋ ବାଇଡେନ୍

ୱାଶିଂଟନ୍: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଆଜି ଶପଥ ନେବେ। ସେହିପରି କମଲା ହାରିସ୍ ଉପରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପିଟାଲ୍ ହିଲ୍ (ସଂସଦ ଭବନ ପରିସର)ରେ ନିକଟରେ ହୋଇଥିବା ଆକ୍ରମଣ ପରେ ଐତିହାସିକ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଏହି ଶପଥ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

ମୁଖ୍ୟ ବିଚାରପତି ଜନ୍ ରବର୍ଟ୍ସ ସ୍ଥାନୀୟ ସମୟ ଦିନ ୧୨ଟା ବାଜିବା ମାତ୍ରକେ କ୍ୟାପିଟାଲ୍ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ କରାଇବେ। ଭାରତୀୟ ସମୟ ଆମେରିକାଠାରୁ ୧୦ଘଣ୍ଟା ୩୦ ମିନିଟ୍ ଆଗରେ ଚାଲୁଛି। ତେଣୁ ଭାରତୀୟ ସମୟ ଅନୁସାରେ ଶପଥ ଗ୍ରହଣ ସମାରୋହ ରାତି ୧୦.୩୦ ବେଳେ ହେବ। ଶପଥ ଗ୍ରହଣ ସମାରୋହରେ ୨୫ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ରହିବେ।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଆଖି ଆଗରେ ରଖି ଏହି ସ୍ଥାନକୁ ଦୁର୍ଗ ଭାବେ ବଦଳାଇ ଦିଆଯାଇଛି। ୭୮ ବର୍ଷୀୟ ବାଇଡେନ୍ ୧୨୭ ବର୍ଷର ପୁରୁଣ ବାଇବେଲ୍ ସହ ଶପଥ ନେବେ। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍ ନିଜ ହାତରେ ବାଇବେଲ୍ ଧରି ଛିଡ଼ା ହେବେ। ଆମେରିକା ଇତିହାସରେ ସବୁଠାରୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନ୍ ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଭାବେ ଦେଶକୁ ସମ୍ବୋଧିତ କରିବେ। ତାଙ୍କର ଏହି ଐତିହାସିକ ଭାଷଣକୁ ଭାରତୀୟ ବଂଶୋଦ୍ଭବର ଆମେରିକୀୟ ନାଗରିକ ବିନୟ ରେଡ୍ଡି ପ୍ରସ୍ତୁତ କରିଛନ୍ତି, ଯାହା ଏକତା ଓ ସୋହାର୍ଦ୍ଦ୍ୟ ଉପରେ ଆଧାରିତ ହେବ।

୫୬ ବର୍ଷୀୟ କମଲା ହାରିସ୍ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆନ୍ ଆମେରିକା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିବେ। ତାଙ୍କୁ ସୁପ୍ରିମ୍ କୋର୍ଟଙ୍କ ପ୍ରଥମ ଲାଟିନ୍ ସଦସ୍ୟ ବିଚାରପତି ସୋନିଆ ସୋଟୋମେୟର ଶପଥ ଗ୍ରହଣ କରାଇବେ। ସୋଟୋମେୟର୍ ୨୦୧୩ରେ ବାଇଡେନଙ୍କୁ ଉପରାଷ୍ଟ୍ରପତି ଭାବେ ଶପଥ କରାଇଥିଲେ।

The post ଆଜି ଶପଥ ନେବେ ଜୋ ବାଇଡେନ୍ appeared first on Odisha Reporter.



from Odisha Reporter https://ift.tt/3qO0Rov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages